Home Health ଏନଏବିଏଚ୍ ସ୍ୱୀକୃତି ଲାଭ କଲା ସମ୍ମମ

ଏନଏବିଏଚ୍ ସ୍ୱୀକୃତି ଲାଭ କଲା ସମ୍ମମ

ଭୁବନେଶ୍ୱର : ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସନାଲ୍ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲଥ କେୟାର ପ୍ରୋଭାଇଡର୍ସ (ଏନଏବିଏଚ୍‌) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟିସ୍ପେଶିଆଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲଟିମେଟ୍ ମେଡିକେୟାର (ସମ୍ମମ୍‌) ।
ଏନଏବିଏଚ୍ ହେଉଛି କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆର କ୍ଷମତାପ୍ରାପ୍ତ ବୋର୍ଡ ଯାହାକି ଭାରତର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ ।

ଏନ୍‌ଏବିଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍ । ଏହାର ସଦ୍ୟତମ ସଂସ୍କରଣ ଗତ ଏପ୍ରିଲ୍ ୨୦୨୦ରେ ପ୍ରକାଶ ପାଇଥିଲା । ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ଆହୁରି ସମୟ ଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ଚିଫ୍ ଏକଜିକ୍ୟୁଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶ ।

କ୍ୟୁସିଆଇ ଓ ଏନଏବିଏଚ୍ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଅନୁଷ୍ଠାନଗୁଡ଼ିକ ନିମନ୍ତେ ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ମାପଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ଏନଏବିଏଚ୍ ମାନ୍ୟତା ନିମନ୍ତେ ୬୫୦ରୁ ଅଧିକ ନିୟମାବଳୀ ନିର୍ଦ୍ଧାରଣ କରିଛନ୍ତି ।

କୋଭିଡ କଟକଣା ଏବଂ ଅନ୍ୟାନ୍ୟ ସୀମାବଦ୍ଧତା ମଧ୍ୟରେ ଏନଏବିଏଚର ଏହି ମାପଦଣ୍ଡକୁ ପୂରଣ କରିବା ସମ୍ମମ୍ ପାଇଁ ଏକ ବଡ ଆହ୍ୱାନ ଥିଲା । ତେବେ ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏହା କରି ଦେଖାଇପାରିଛୁ ବୋଲି ଡଃ ଦାଶ କହିଛନ୍ତି । ହସ୍ପିଟାଲର କନସଲଟାଂଟ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କର ଇଚ୍ଛାଶକ୍ତି ଓ ଦୃଢ଼ ମନୋଭାବ ତଥା ହସ୍ପିଟାଲ୍ ଆରମ୍ଭ ହେବା ଦିନଠାରୁ ଉନ୍ନତମାନର ବ୍ୟବସ୍ଥା ପ୍ରଦାନ ଏବଂ ନିୟମ ପାଳନ କରାଯାଉଥିବାରୁ ସୀମିତ ସମୟ ସୀମା ମଧ୍ୟରେ ଏହା ସମ୍ଭବ ହୋଇପାରିଲା ।

ଏହି ସମ୍ମାନଜନକ ଏନଏବିଏଚ୍ ସ୍ୱୀକୃତି ପ୍ରଦାନ ଦ୍ୱାରା ସମ୍ମମ୍ ଦେଶର ବହୁ ପ୍ରତିଷ୍ଠିତ ହସ୍ପିଟାଲ୍ ମଧ୍ୟରେ ନିଜକୁ ସାମିଲ କରିପାରିଛି । ଉତମ ଓ ସୁରକ୍ଷିତ ରୋଗୀ ସେବା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର ବୋଲି ଡଃ ଦାଶ କହିଛନ୍ତି ।

ଏହି ସାର୍ଟିଫିକେଟ୍ ଆମ ଯାତ୍ରାର ଏକ ମାଇଲଖୁଂଟ ଭାବେ ଉଭା ହୋଇଛି ଏବଂ ଆମ ରୋଗୀମାନଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଦିଗରେ ଆମେ ଯେ ଉପଯୁକ୍ତ କାର୍ଯ୍ୟ କରୁଛୁ ତାହା ପ୍ରମାଣିତ ହୋଇଛି । ଲୋକମାନଙ୍କ ଦ୍ୱାରା ହିଁ ବ୍ରାଣ୍ଡ ପ୍ରସ୍ତୁତ ହୋଇଥାଏ ଏବଂ ଆମେ ସେହି ଲୋକମାନଙ୍କୁ ନେଇ ଗର୍ବିତ ଯେଉଁମାନଙ୍କ ଦ୍ୱାରା ସମ୍ମମ୍ ଗଢ଼ିଉଠିଛି ବୋଲି ସେ କହିଛନ୍ତି ।

ସମ୍ ଅଲ୍ଟିମେଟ ମେଡିକେୟାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅନ୍ୟ ଏକ ଉଦ୍ୟମ । ଏହା ଉନ୍ନତମାନର ରୋଗୀସେବା ସହ କ୍ଲିନିକାଲ୍ ଶିକ୍ଷା ଦାନ ଓ ଗବେଷଣାର ସୁଯୋଗ ସୃଷ୍ଟି କରିପାରିଛି । ସୋଆ ଓଡ଼ିଶାର ଶ୍ରେଷ୍ଠ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଭାବେ ମଧ୍ୟ ପରିଗଣିତ ଅଟେ ।