Home Administration ଏଣିକି ମାସକୁ ୨ଥର କ୍ୟାବିନେଟ

ଏଣିକି ମାସକୁ ୨ଥର କ୍ୟାବିନେଟ

ଭୁବନେଶ୍ୱର : ମାସକୁ ୨ଥର ବସିବ କ୍ୟାବିନେଟ। ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ସହ କ୍ୟାବିନେଟ ନିଷ୍ପତ୍ତିର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏଣିକି ପ୍ରତିମାସରେ ଦୁଇଥର କ୍ୟାବିନେଟ ବୈଠକ ବସିବ।  ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗ ଆଗୁଆ ନିଜ ନିଜ ପ୍ରସ୍ତାବ ପ୍ରସ୍ତୁତ କରିବେ। ଏହା ସହ ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ କ୍ୟାବିନେଟ ନୋଟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଏ ନେଇ ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗଗୁଡ଼ିକୁ ନିଜ ନିଜ ପ୍ରସ୍ତାବ ଆଗୁଆ ପ୍ରସ୍ତୁତ କରିବା ସହ ସମୟ ପୂର୍ବରୁ କ୍ୟାବିନେଟ ନୋଟ ଦାଖଲ କରିବାକୁ କୁହାଯାଇଛି। ଏହା ଦ୍ୱାରା କ୍ୟାବିନେଟରେ ପ୍ରସ୍ତାବ ଉପରେ ଠିକ୍ ସମୟରେ ନିଷ୍ପତ୍ତି ନିଆଯାଇପାରିବ। କ୍ୟାବିନେଟରେ ଅନୁମୋଦିତ ନିଷ୍ପତ୍ତିଗୁଡ଼ିକର ନିୟମିତ ଅନୁଧ୍ୟାନ କରି ସେଗୁଡ଼ିକୁ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଅଗଷ୍ଟ ୪ରେ ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସଚିବ ସ୍ତରୀୟ ବୈଠକ । ସମସ୍ତ ସଚିବଙ୍କ ବୈଠକର ‘ଆକ୍ସନ୍‌ ପଏଣ୍ଟ’ରେ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ବିଭାଗଗୁଡ଼ିକୁ ନିଜ ନିଜ ପ୍ରସ୍ତାବ ଆଗୁଆ ପ୍ରସ୍ତୁତ କରିବା ସହ ସମୟ ପୂର୍ବରୁ କ୍ୟାବିନେଟ ନୋଟ ଦାଖଲ କରିବାକୁ କୁହାଯାଇଛି । ଏହା ଦ୍ୱାରା କ୍ୟାବିନେଟରେ ପ୍ରସ୍ତାବ ଉପରେ ସମୟୋଚିତ ନିଷ୍ପତ୍ତି ନେବାର ପ୍ରକ୍ରିୟା ଅଧିକ ସୁସଂଗଠିତ ହେବ ବୋଲି ଆଶା କରାଯାଉଛି । ତେବେ କେବଳ ନିଷ୍ପତ୍ତି ନେବାରେ ସରକାରଙ୍କ ଫୋକସ୍‌ ସୀମିତ ରହିବ ନାହିଁ ।

କ୍ୟାବିନେଟରେ ଅନୁମୋଦିତ ନିଷ୍ପତ୍ତିଗୁଡ଼ିକର ନିୟମିତ ଅନୁଧ୍ୟାନ କରି ସେଗୁଡ଼ିକୁ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ରହିଛି । ଏଥିପାଇଁ ନିଷ୍ପତ୍ତିର ଅଗ୍ରଗତି ଉପରେ ନିୟମିତ ନଜର ରଖିବା ଏବଂ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗଗୁଡ଼ିକୁ କୁହାଯାଇଛି ।