Home General ଏକ ଟଙ୍କାରେ ୪-ଜି ସେବା

ଏକ ଟଙ୍କାରେ ୪-ଜି ସେବା

ଭୁବନେଶ୍ୱର : ଓଡିଶାର  ସମସ୍ତ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏହି ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ୪-ଜି ସେବାର ଅନୁଭୂତି ନେବାକୁ ବିଏସଏନଏଲ ଆଣିଛି ଅପୂର୍ବ ସୁଯୋଗ। ଏହି ଯୋଜନାରେ ଯେକୌଣସି ମୋବାଇଲ ଉପଭୋକ୍ତା କେବଳ ୧ ଟଙ୍କା ଦେଇ ବିଏସଏନଏଲ ଫୋର୍‌ ଜି ସିମ୍ ସହ ୩୦ ଦିନ ପାଇଁ ଅସୀମିତ ଭଏସ୍‌ କଲ୍ କରିବା ସହ ଦୈନିକ ୨ଜିବି ଡାଟା ଓ ୧୦୦ ଏସଏମଏସ ସୁବିଧା ପାଇବେ।

ରାଷ୍ଟ୍ରାୟତ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଏଲ ଓଡିଶାର କୋଣ ଅନୁକୋଣରେ ଆତ୍ମନିର୍ଭର ଭାରତ ପ୍ରକଳ୍ପ ଧୀନରେ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଫୋର୍‌-ଜି ସେବାକୁ ପହଞ୍ଚେଇବା ପାଇଁ  ୫୮୦୦ଟି ଟାୱାର ସ୍ଥାପନ କରିଛି ଏଥିମଧ୍ୟରୁ ୫୨୦୦ଟି ଟାୱାର ସମ୍ପୂର୍ଣ୍ଣ  କାର୍ଯ୍ୟକ୍ଷମ ହୋଇଛି ର୍ତ୍ତମାନ ସୁଦ୍ଧା ୧୦,୦୦୦ ବିଟିଏସ ଏହି ଟାୱାର ଜରିଆରେ କାର୍ଯ୍ୟରତ ଅଛି

ଅନ୍ୟ ନେଟୱର୍କର ପଭୋକ୍ତା କେବଳ ଟଙ୍କା ଦେଇ ଏମଏନପି ଜରିଆରେ ବିଏସଏନଏଲ ଯୋଗଦେଇ ଏହି ସୁବିଧା ପାଇ ପାରିବେ

ଏହି ସିମ୍ ପାଇବା ପାଇଁ ନିଜ ପରିଚୟ ପତ୍ର ସହ ନିକଟସ୍ଥ ବିଏସଏନଏଲ ଗ୍ରାହକ ସେବା କେନ୍ଦ୍ର ଅଥବା ରିଟେଲର୍‌ ସହ ଯୋଗାଯୋଗ କରନ୍ତୁ ଏହି ସୁବିଧା ଅଗଷ୍ଟ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ

ବିଏସଏନଏଲ ଓଡିଶାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ବେହେରା, ଏହି ସୁବିଧାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଅନୁରୋଧ କରିଛନ୍ତି