ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ବେଳକୁ ଓଡ଼ିଶାର ଋଣ ଭାର ଦେଢ଼ଲକ୍ଷ କୋଟି ଟଙ୍କାକୁ ଟପିପାରେ । ଏ ସଂକ୍ରାନ୍ତରେ ସରକାରୀ ଭାବେ କୌଣସି ସୂଚନା ମିଳୁନଥିଲେ ମଧ୍ୟ ଅର୍ଥନୀତି ବିଶ୍ଳେଷକମାନେ ଏପରି ଆକଳନ କରୁଛନ୍ତି ।
ସରକାରୀ ହିସାବ ମୁତାବକ ଓଡ଼ିଶାର ଋଣ ବୋଝ ୧୯୯୫-୯୬ ବର୍ଷ ଶେଷବେଳକୁ ୯୨୧୮ କୋଟି ୫୦ଲକ୍ଷ ଟଙ୍କା ଥିଲା । ୧୯୯୯-୨୦୦୦ରେ ଏହା ୧୮୧୦୦ କୋଟି ଟଙ୍କା ରହିଥିବାବେଳେ ୨୦୧୩-୧୪ ବେଳକୁ ତାହା ୩୭୫୭୦ କୋଟି ଟଙ୍କା ଟପିଥିଲା । ଚଳିତ ଆର୍ôଥକ ବର୍ଷ ଶେଷବେଳକୁ ରାଜ୍ୟରେ ଋଣ ବୋଝ ୧ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କାରେ ପହଞ୍ôଚବ ବୋଲି ବଜେଟ୍ ଆକଳନରୁ ଅନୁମାନ କରାଯାଉଥିଲେ ମଧ୍ୟ ଏବେ ସୁଦ୍ଧା ଏହା ପ୍ରାୟ ୧ଲକ୍ଷ ୨୮ ହଜାର କୋଟି ଟଙ୍କାରୁ ଅଧିକ ଥିବା କୁହାଯାଉଛି । ମୋଟାମୋଟି ଭାବେ ୩୦ବର୍ଷ ଭିତରେ ଓଡ଼ିଶାର ଋଣ ପରିମାଣ ପ୍ରାୟ ୧ଲକ୍ଷ ୨୫ ହଜାର କୋଟି ଟଙ୍କାରୁ ଅଧିକ ବଢ଼ିଛି ।
ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ ଋଣ ପରିମାଣ ବଢ଼ିଥିଲେ ମଧ୍ୟ ଏଫଆରବିଏମ୍ ଆଇନ୍ ଅନୁଯାୟୀ ଏହା ସୀମା ଭିତରେ ରହୁଛି । ଏଯାବତ୍ ଋଣ ବୋଝ ଜିଡିପିର ୨୫ ପ୍ରତିଶତକୁ ଟପିନାହିଁ । ଦେଶର ଅନ୍ୟ ବହୁ ରାଜ୍ୟ ଓଡ଼ିଶା ତୁଳନାରେ ଢେର ଅଧିକ ଋଣ କରିଥିବା ଜଣାପଡିଛି । ପ୍ରତି ବର୍ଷ ସରକାର ଋଣ ଓ ସୁଧ ଶୁଝିବା ବାବଦରେ ଯେତେ ଅର୍ଥ ବ୍ୟୟ କରୁଛନ୍ତି ତାହା ଅପେକ୍ଷା ଢେର ଅଧିକ ଋଣ ଉଠାଉଥିବାରୁ ରାଜ୍ୟ ଉପରେ ଏହି ବୋଝ ବଢ଼ିବଢ଼ି ଚାଲିଛି ।
ଓଡ଼ିଶାର ଋଣ ବୋଝ ୧୭ ହଜାର କୋଟି ଟଙ୍କାରୁ କମ୍ ଥିବାବେଳେ ରାଜ୍ୟର ଆର୍ôଥକ ସ୍ଥିତି ଏତେ ଖରାପ ଥିଲା ଯେ ବହୁ ସମୟରେ ରାଜ୍ୟ ସରକାରଙ୍କୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ ଅବଶ୍ୟ ଋଣ ବୋଝ ବଢ଼ିଥିଲେ ବି ଓଭରଡ୍ରାଫ୍ଟ ସମସ୍ୟା ନାହିଁ । ସେ ସମୟରେ ଦୁର୍ବଳ ଆର୍ôଥକ ସ୍ଥିତିକୁ ସୁଧାରିବା ପାଇଁ ମିତବ୍ୟୟିତା ଅବଲମ୍ବନ ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାର ସହିତ ଯେଉଁ ଚୁକ୍ତି କରିଥିଲେ ସେଥିରେ ପ୍ରଶାସନିକ ଖର୍ଚ୍ଚ ହ୍ରାସ ଲାଗି ସରକାରୀ ପଦପଦବୀ ଉଚ୍ଛେଦ ଏବଂ ନିଯୁକ୍ତି ଉପରେ କଟକଣା ସମେତ ଅନ୍ୟ କେତେକ ବ୍ୟବସ୍ଥା ଜାରି କରାଯାଇଥିଲା ।
ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ ରାଜ୍ୟ ବଜେଟ୍ର ପ୍ରମୁଖ ଅଂଶ ପ୍ରଶାସନିକ ଖର୍ଚ୍ଚ, ବିଶେଷକରି ଋଣ ଓ ସୁଧ ପରିଶୋଧ ଏବଂ ବେତନ ଓ ପେନ୍ସନ୍ ବାବଦରେ ଖର୍ଚ୍ଚ ହେଉଛି । ଏହାଛଡ଼ା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତା ଆଦି ବାବଦରେ ବି ରାଜକୋଷ ଉପରେ ଚାପ ବଢ଼ୁଛି । ଜିଏସ୍ଟିରୁ ରାଜ୍ୟ ଭାଗ, ଖଣି ଓ ଅବକାରୀ ରାଜସ୍ୱ ଏବଂ କେନ୍ଦ୍ରୀୟ ଅନୁଦାନ ଉପରେ ରାଜ୍ୟ ରାଜକୋଷ ବିଶେଷ ଭାବେ ନିର୍ଭର କରୁଛି । ଏଭଳି ସ୍ଥିତିରେ ସବୁ ସବଳ ହାତକୁ କାମ ସହିତ ଅନ୍ୟ ରାଜ୍ୟ ଓ ବିଦେଶ ଉପରେ ନିର୍ଭରଶୀଳ ନହୋଇ ଓଡ଼ିଶା ସ୍ୱାବଲମ୍ବୀ ଅର୍ଥନୀତିକୁ ଆପଣାଇଲେ ଆର୍ôଥକ ଅନାଟନ ଓ ଋଣ ବୋଝ ସମସ୍ୟା ଲାଘବ ହୋଇପାରିବ ବୋଲି ଅର୍ଥନୀତିଜ୍ଞମାନେ ବାରମ୍ବାର କହିଆସୁଛନ୍ତି ।(ତଥ୍ୟ)

