Home News in Odia ଉପ ର୍ନିବାଚନ ସମୟରେ ତୀକ୍ଷ୍ଣ ନଜର ରଖ

ଉପ ର୍ନିବାଚନ ସମୟରେ ତୀକ୍ଷ୍ଣ ନଜର ରଖ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ସମୟରେ ଯେଭଳି କୌଣସି ଅବକାରୀ ଜନିତ ଅଘଟଣ ନଘଟେ ତାହା ଉପରେ କଡା ନଜର ରଖିବାପାଇଁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଅବକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସିଂହ ଆଜି ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ଧରପଗଡ ଓ କାର୍ଯ୍ୟାନୁଷ୍ଠାନ ନେଇ ସମୀକ୍ଷା କରିଛନ୍ତି ।

ଧାମନଗର ବିଧାନସଭା ଉପ ର୍ନିବାଚନ ପରିପ୍ରେକ୍ଷୀରେ ଭର୍ଚୁଆଲ ମୋଡରେ ଅବକାରୀ ଚଢଉ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ମିଶ୍ର, ରଜତ କୁମାର ପ୍ରହରାଜ ଏବଂ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର, ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଇଆଇ ଏବଂ ଇବି ୟୁନିଟ-୨, କଟକର ଅଧିକ୍ଷକ ଯୋଗ ଦେଇଥିଲେ ।

ଅବକାରୀ କମିଶନର ଶ୍ରୀ ସିଂହ ଭଦ୍ରକ ଅବକାରୀ ଅଧିକ୍ଷକଙ୍କୁ ଅଧିକ ନିୟନ୍ତ୍ରଣ କକ୍ଷ ଖୋଲିବା ସହିତ ଦିନ ଓ ରାତି ପଇଁନ୍ତରା ଓ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର ଅବକାରୀ ଅଧିକ୍ଷକ ଭଦ୍ରକ ଜିଲ୍ଲାର ଆଖପାଖ ଅଞ୍ଚଳରେ ପ୍ରତିଦିନ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅବକାରୀ ଫ୍ଲାଇଙ୍ଗ୍‍ ସ୍କ୍ୱାଡ୍ ଓ ଇଆଇ ଓ ଇବି ୟୁନିଟ୍‌-୨, କଟକର ଅଧିକ୍ଷକ ଭଦ୍ରକରେ କ୍ୟାମ୍ପ କରି ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାମନଗର ବିଧାନସଭା ର୍ନିବାଚନ ମଣ୍ଡଳୀରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ର୍ନିବାଚନ ପାଇଁ ସମସ୍ତଙ୍କୁ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ କୌଣସି ପରିସ୍ଥିତିରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଅବକାରୀ କମିଶନର ସତର୍କ କରାଇ ଦେଇଛନ୍ତି ।

ଭଦ୍ରକର ପଡ଼ୋଶୀ ଜିଲ୍ଲା ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱରର ଅଧିକ୍ଷକ ମାନଙ୍କୁ ନିଶାଦ୍ରବ୍ୟର ବେଆଇନ ଚାଲାଣ ଉପରେ ନଜର ରଖିବାକୁ ଏବଂ ପ୍ରତିଦିନ ନିର୍ଦ୍ଦେଶାଳୟ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକର ଏସଇଙ୍କୁ ମଧ୍ୟ ର୍ନିଦ୍ଧାରିତ ଫର୍ମାଟରେ ରିପୋର୍ଟ ଦାଖଲ କରିବା ଏବଂ ଏନଫୋର୍ସମେଣ୍ଟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତିଦିନ ପ୍ରବର୍ତ୍ତନ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ କେନ୍ଦ୍ରାଞ୍ଚଳ ଅତିରିକ୍ତ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।