Home News in Odia ଉପନିର୍ବାଚନ ପରେ ଘରପୋଡି, ଅସଦାଚରଣ

ଉପନିର୍ବାଚନ ପରେ ଘରପୋଡି, ଅସଦାଚରଣ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ସେଠାରେ ୭ଟି ଘଟଣା ଘଟିଥିଲା । ଏଥି ମଧ୍ୟରେ ଘରପୋଡି ଓ ଅସଦାଚରଣ ଭଳି ଘଟଣା ଥିବା ସୂଚନା ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ସୂଚନା ଦେଇଛନ୍ତି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଧାମନଗର ଉପନିର୍ବାଚନ ସମୟରେ ଓ ପରବର୍ତ୍ତୀ ସମୟରେ ମୋଟ୍‍ ସାତଗୋଟି ନିର୍ବାଚନୀ ସମ୍ପର୍କିତ ଘଟଣା ଘଟିଥିଲା । ଏହି ମାମଲାରେ ସମ୍ପୃକ୍ତ ଆସାମୀ ମାନଙ୍‍କର ରାଜନୈତିକ ଦଳ ସହ ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଚାଲିଛି ।

ତେବେ ଗୋଟିଏ ସ୍ଥାନରେ ଘରପୋଡି ଓ ଦୁଇଟି ସ୍ଥାନରେ ଅସଦାଚରଣର ଅଭିଯୋଗ ଆସିଥିଲା । ଏହାର ତଦନ୍ତ ଜାରି ରହିଛିା ପୁଲିସ୍‍ ଏଗୁଡିକୁ ଗୁରୁତ୍ୱ ଦେଇ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । (ତଥ୍ୟ)