Home General ଉଦ୍ଧାର ହେଲେଣି ୭ ହଜାର ଗୋରୁ

ଉଦ୍ଧାର ହେଲେଣି ୭ ହଜାର ଗୋରୁ

ଭୁବନେଶ୍ୱର : ଗୋ ଚାଲାଣ ସମୟରେ ରାଜ୍ୟରୁ ଗତ ଦୁଇବର୍ଷ ମଧ୍ୟରେ ପାଖପାଖି ୭ହଜାର ଗାଈଗୋରୁ ଉଦ୍ଧାରା ହେଲେଣି । ଏହି ସମୟରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଗୋରୁ ଉଦ୍ଧାର ହେଇଛନ୍ତି ।

ରାଜ୍ୟରେ ଗୋ ଚଳାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଚାଲାଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗତ ଦୁଇବର୍ଷ ମଧ୍ୟରେ ୬୯୯୦ଟି ଗାଈ ଗୋରୁ ଜବତ ହୋଇଛନ୍ତି ।

ଜବତ ହୋଇଥିବା ଗୋସମ୍ପଦ ମଧ୍ୟରେ ସବୁଠାରୁ ଅଧିକ ବାଲେଶ୍ୱର ଜିଲ୍ଲାରେ ରହିଛି । ୨୦୨୨-୨୩ ବର୍ଷରେ ୧୫୫୦ ଟି ଗାଈଗୋରୁ ଜବତ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଏହି ସଂଖ୍ୟା ୧୩୫୨ରହିଥିଲା । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାରେ ଦୁଇ ବର୍ଷରେ ୭୭୩ଟି ଗୋରୁଜବତ ହୋଇଥିବାବେଳେ ମାଲକାନଗିରି, ରାୟଗଡା ଭଳି ସୀମାନ୍ତ ଜିଲ୍ଲାରେ ମଧ୍ୟ ଚାଲାଣବେଳେ ଗାଈଗୋରୁ ଜବତ ହୋଇଛନ୍ତିା

ତେବେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗୋଚାଲାଣ ରୋକିବା ସକାଶେ ରାଜ୍ୟରେ ପ୍ରତି ଜିଲ୍ଲାରେ ଜୀବେ ନିଷ୍ଠୁରତା ନିରୋଧ ସମିତି କାର୍ଯ୍ୟ କରୁଛି । ଏଥି ସହିତ ପଶୁ ପରିବହ ନିମୟ ୧୯୭୮ ମଧ୍ୟ କାର୍ଯ୍ୟ କରୁଅଛି । ଏସପିସିଏ ଓ ପୁଲିସ୍‍ ମାଧ୍ୟମରେ ଧରାପଡୁଥିବା ବେଆଇନ୍‍ ଗୋଚାଲାଣକାରୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଓ ଜୋରିମାନା କରାଯାଉଛି ।

ସେହିଭଳି ଗୋଚାଲାଣ ରୋକିବା ସକାଶେ ପ୍ରଚଳିତ ନିୟମଗୁଡିକୁ ଅଧିକ ସକ୍ରିୟ ଭାବରେ କାର୍ଯ୍ୟକାରୀ କରିବାକୁ ତଥା ସଚେତନତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରିବାପାଇଁ ସରକାର ପ୍ରଚେଷ୍ଠା ଜାରି ରଖିଛନ୍ତି ।

ବିଧାୟକ ଶ୍ରୀ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ବିଂଶତମ ପ୍ରାଣୀଧନ ଗଣନା ଅନୁଯାୟୀ ରାଜ୍ୟରେ ମୋଟ୍‍ ୯୯,୦୩,୯୭୦ଗାଈ ଥିବାବେଳେ ୪,୫୮,୩୨୪ ମଇଁଷି, ୬୩,୯୩,୪୫୨ ଛେଳି, ୧୨,୭୯,୧୪୯ ମେଣ୍ଢା ଓ ୧,୩୫, ୧୬୨ ଘୁଷୁରୀ ରହିଥିଲେ । ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ଗାଈ, ଛେଳି ଓ ଘୁଷରୀ ଥିବାବେଳେ କୋରାପୁଟରେ ସର୍ବାଧିକ ମଇଁଷି ଓ ଗଞ୍ଜାମରେ ସର୍ବାଧିକ ମେଣ୍ଢା ରହିଛନ୍ତି । (ତଥ୍ୟ)