Home News in Odia ଇ-ଜଳାଶୟ ବ୍ୟବସ୍ଥାର ଶୁଭାରମ୍ଭ

ଇ-ଜଳାଶୟ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲଆପ୍ଲିକେସନଯଥା‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି l କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତିl

ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥା  ଦ୍ୱୟକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ,ପ୍ରତ୍ୟେକ ଜୀବ ଜଗତ ପାଇଁ ଜଳର ଆବଶ୍ୟକତା ରହିଛି l ଓଡିଶାରେ ପାନୀୟ ଜଳ ସାଙ୍ଗକୁ , କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଆମ ରାଜ୍ୟରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ଓ ବ୍ୟାରେଜ୍ ଆଦି ବ୍ୟବସ୍ଥାରେ ବିଭିନ୍ନ ଜଳ ଭଣ୍ଡାରଗୁଡିକରେ ଯେଉଁ ପରିମାଣର ଜଳ ସଂଚୟ ହୋଇ ରହୁଛି, ସେସବୁକୁ ଚାଷୀମାନଙ୍କର  ଆବଶ୍ୟକତା ସମୟରେ ଯେପରି ଠିକ୍ ସମୟରେ ପହଁଚି ପାରିବ ଏବଂ ସେଚାଂଚଳର ଶେଷ ମୁଣ୍ଡରେ ଥିବା କ୍ଷେତକୁ ପାଣି  ପହଁଚିପାରିବ, ସେଥିପ୍ରତି ଆମର ପ୍ରାଥମିକତା ରହିଛି । 

ଆରମ୍ଭ କରାଯାଇଥିବା ଏହି ଇ-ଜଳାଶୟ ପୋର୍ଟାଲ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍କକ, ଗ୍ରାମ ପଂଚାୟତ ଓ ଗ୍ରାମ ସ୍ତରରେ ଥିବା ବିଭିନ୍ନ ଜଳାଶୟର ଅବସ୍ଥିତି, ଜଳଧାରଣର କ୍ଷମତା ସମ୍ପର୍କରେ ତଥ୍ୟ ଜଣାଯିବା ସହିତ ଜଳ ସଂଚୟର ସ୍ଥିତିକୁ ଦେଖି  ସେହି ଅନୁସାରେ ବିନିଯୋଗ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ସେହିପରି ଜଳ ସୁପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ରାଜ୍ୟର ପ୍ରାୟ ୩୭  ହଜାର ପାଣି ପଂଚାୟତଗୁଡିକର ସ୍ଥିତି, ସେସବୁର ପରିଚାଳନା ଓ  କାର୍ଯ୍ୟ ସଂପର୍କରେ ଅଦ୍ୟତନ ତଥ୍ୟ ଉପଲବ୍ଧ ହେବାରେଇ-କ୍ୟାଡ୍ ବ୍ୟବସ୍ଥାଏକ ପ୍ରମୁଖ ଡାଟାବେସ୍ ଭାବେ ସହାୟତା ଯୋଗାଇଦେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ  ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ରାଜ୍ୟରେ ଜଳ ସଂପଦର ବିକାଶ ଓ ଜଳ ସେଚନର ସୁବିଧା ପାଇଁ “୫- ଟି”  ଉପକ୍ରମର ବ୍ୟବହାର କରାଯାଉଛି । ଇ-ଜଳାଶୟ ପୋର୍ଟାଲରେ ଜଳ ସଂପଦ ବିଭାଗ ଅଧିନରେ ଥିବା ବିଭିନ୍ନ ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୧୯,୦୦୦ ଜଳାଶୟର  ଜଳଭଣ୍ଡାର ସଂପର୍କରେ ତଥ୍ୟ ଉପଲବ୍ଧ ହୋଇଥିବା ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଜଳସେଚନ ପରିଚାଳନା, ବିଭିନ୍ନ ପ୍ରକଳ୍ପ ପରିଚାଳନା ଓ ଜଳବାୟୁ ପୂର୍ବାନୁମାନ ସ୍ଥିତିକୁ ଦେଖି ବିଭାଗରେ  ମୋଡ୍ୟୁଲମାନ  ପ୍ରସ୍ତୁତି କରାଯାଉଥିବା  ସଂପର୍କରେ ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ । ଏହି ଅବସରରେ ବିଭାଗ ତରଫରୁ ଏକ ପତ୍ରିକା ଇ-କାଡଉନ୍ମୋଚନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ସର୍ବୋଚ୍ଚ ଯନ୍ତ୍ରୀ,ପ୍ରୋକ୍ୟୁରମେଣ୍ଟ ମହେନ୍ଦ୍ର କୁମାର  ଭୂୟାଁ , ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଆଇ.ଟି ପରାମର୍ଶ ଦାତା ଧୀରେନ୍ କୁମାର ସାମଲ, ବିଭାଗରଅତିରିକ୍ତ ଶାସନ ସଚିବ ତଥା  ସେଚାଂଚଳ ଉନ୍ନୟନ (କ୍ୟାଡ)ର  ନିର୍ଦ୍ଦେଶକ ଶ୍ରୀ ରଶ୍ମିରଞ୍ଜନ ନାୟକ, ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଜଳ ସଂପଦ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀ, ଓଡିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର(ଓରସାକ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ବୈଷୟିକ  ଅଧିକାରୀମାନେ ଉପସ୍ଥିତ ଥିଲେ । ଜଳ ସମ୍ପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦେଇ ‘୫-ଟି’ ଆଧାରରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତରଣ ଅଣାଯାଉଥିବା ପ୍ରକାଶ କରିବା ସହିତ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।