Home Environment ଇକୋ ଭିଲେଜ୍ ସୃଷ୍ଟି ପାଇଁ ଆହ୍ୱାନ

ଇକୋ ଭିଲେଜ୍ ସୃଷ୍ଟି ପାଇଁ ଆହ୍ୱାନ

ଭୁବନେଶ୍ୱର: ଦିଲ୍ଲୀ ଭିତିକ ପଞ୍ଜୀକୃତ ଦାତବ୍ୟ ଟ୍ରଷ୍ଟ ୱାଲ୍‌ଡେନ୍‌ଉଡ୍‌ସ ଫାଉଣ୍ଡେସନ ପକ୍ଷରୁ ସ୍ଥାପନ କରାଯାଇଥିବା ଇକୋ ଭିଲେଜ୍‌ର ଭବିଷ୍ୟତ ଆଭିମୁଖ୍ୟ ଓ କାର୍ଯ୍ୟକାରିତାକୁ ନେଇ ଏକ ବିଚାରବିମର୍ଶ ମନ୍ଥନ ଆଲୋଚନାଚକ୍ର ସ୍ଥାନୀୟ ମେ’ଫେୟାର ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏକ ଭାବ ବିନିମୟ ଅଧିବେଶରେ ବ୍ୟାପକ ଆଲୋଚନା ଓ ମାନସମନ୍ଥନ କରାଯାଇଛି ।

ଗ୍ରାମାଚଂଳରେ ସ୍ମାର୍ଟ ଇକୋ ଭିଲେଜ୍ (ପର୍ଯ୍ୟଟନ ମଡେଲ୍‌) ସୃଷ୍ଟି କରି ଗ୍ରାମୀଣ ଉନ୍ନତି ପ୍ରତି ଏହି ଟ୍ରଷ୍ଟ ଉତ୍ସର୍ଗୀକୃତ । ବର୍ତମାନ ୱାଲ୍‌ଡେନ୍‌ଉଡ୍‌ସ ଫାଉଣ୍ଡେସନ ପକ୍ଷରୁ ୱାଲ୍‌ଡେନ୍‌ଉଡ୍‌ସ ଫାଉଣ୍ଡେସନ ଦ୍ୱାରା ଢ଼େଙ୍କାନାଳ ଜିଲ୍ଲା କଂଟାମାଳିଆ ଠାରେ ଏକ ଇକୋ-ଭିଲେଜ୍ ସ୍ଥାପନ କରାଯାଇଛି ।

“ନିରନ୍ତର ବିକାଶ ସହିତ ଗ୍ରାମୀଣ ସଶକ୍ତୀକରଣ’ ଲକ୍ଷ୍ୟ ନେଇ ୱାଲ୍‌ଡେନ୍‌ଉଡ୍‌ସ ଫାଉଣ୍ଡେସନକୁ ୨୦୦୪ରେ ସ୍ଥାପନ କରାଯାଇଥିଲା । ଗ୍ରାମାଚଂଳରୁ ସହରାଚଂଳକୁ ପଳାୟନର ଧାରାକୁ ବିପରୀତ ଦିଗକୁ ମୋଡ଼ିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆମର ୱାଲ୍‌ଡେନ୍‌ଉଡ୍‌ସ ଭିଲେଜ୍ (ଡବ୍ଲଇଭି)ରେ ବିଦ୍ୟୁତ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଟେଲି ଯୋଗଯୋଗ, ପରିବହନ ଭଳି ବହୁ ଆଧୁନିକ ସୁବିଧା ସୁଯୋଗ, ଅର୍ଗାନିକ ଖାଦ୍ୟ, ଚିତବିନୋଦନ, ସ୍ୱାସ୍ଥ୍ୟ ସେବା, ସୁସ୍ଥକର ଜୀବନଶୈଳୀ, ପ୍ରଦୂଷଣ ମୁକ୍ତ ପରିବେଶ ଓ ବହୁ ପରିମାଣର ବିଶୁଦ୍ଧ ବାୟୁ ସୁବିଧା ରହିଛି ।

ଇକୋଭିଲେଜ୍‌ର ମୁଖ୍ୟ ପରାମର୍ଶଦାତା ଡକ୍ଟର କୃଷ୍ଣଚନ୍ଦ୍ର ଆଇଚଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରର ପ୍ରାରମ୍ଭରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଇକୋଭିଲେଜର ସୃଷ୍ଟି ଓ କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇ ମଧ୍ୟ ସ୍ୱଳ୍ପ ଅବଧି ମଧ୍ୟରେ ରାଜ୍ୟ ଭିତରୁ ଓ ବାହାରୁ ବହୁ ପର୍ଯ୍ୟଟକ ଏହି ରମଣୀୟ ସ୍ଥାନ ପ୍ରତି ଆକୃଷ୍ଟ ହୋଇଛନ୍ତି ଓ ବହୁ ସଂଖ୍ୟାରେ ଆସନ୍ତା ସମୟରେ ଯୋଡ଼ି ହେବା ପାଇଁ ଆଗ୍ରହ ବ୍ୟକ୍ତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।

ସାଂପ୍ରତିକ କାଳରେ ଦୃଢ଼ ଜଳବାୟୁ ପରିବର୍ତନ ଓ ଧ୍ୱଂସାଭିମୁଖ୍ୟ ପରିବେଶରୁ ରକ୍ଷା ପାଇବା ପାଇଁ ମାନବ ସମାଜର ଜୀବନଶୈଳୀରେ ପରିବର୍ତନ ଓ ମା ଧରିତ୍ରୀର ସୁରକ୍ଷା ନିମିତ ସଚେତନତା ସୃଷ୍ଟି କରିବା ଓ ଉତ୍ସାହୀ ଯୁବ ଉଦ୍ୟମମାନେ ବିଭିନ୍ନ ଅଂଚଳରେ ଇକୋ ରିଟ୍ରିଟ ସେଂଟର ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଭୂତ ହୋଇଛି ।

ସରକାରୀ ଓ ବେସରକାରୀ ମିଳିତ ଉଦ୍ୟମରେ ଏହା କିଭଳି କାର୍ଯ୍ୟକାରୀ ହେବ ତଥା “ଗାଁକୁ ଫେରିଚାଲ’ ଆହ୍ୱାନକୁ ଗ୍ରହଣ କରି ଏକ ପରିବେଶ ସନ୍ତୁଳନ ତଥା ଗ୍ରାମାଂଚଳର ସାମଗ୍ରିକ ବିକାଶ ହୋଇପାରିବ, ସେଥିପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ନେବାକୁ ଶ୍ରୀ ଦାଶ ଉପସ୍ଥାପନ କରିଥିଲେ ।

ଇକୋ ମ୍ୟାନ ଭାବେ ପରିଚିତ ଶ୍ରୀଯୁକ୍ତ ରାମକୃଷ୍ଣ ଦାଶଙ୍କୁ ସିନେମା ଅଭିନେତ୍ରୀ ଦିୟା ମିର୍ଜା ବେଙ୍ଗାଲୁରୁର ତାଜ୍ କାମ୍ପେଗୌଡ଼ାରେ ୨୦୧୯ରେ ଇଣ୍ଡିଆ ଆଇକନ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ଦାଶ ହେଉଛନ୍ତି କେବଳ ଉଦ୍ଦେଶ୍ୟ ଭିତିକ କ୍ଲବ୍ ଅଫ୍ ରୋଟାରି-୩୨୬୨ର ଚାର୍ଟର୍ଡ ସଭାପତି ଯାହାର ମୁଖ୍ୟ ଗୁରୁତ୍ୱ ଅଂଚଳ ହେଉଛି ପରିବେଶ ଓ ଜୀବଜଗତ ଯାହାକୁ ରୋଟାରି କ୍ଲବ୍ ଭୁବନେଶ୍ୱର ଇକୋ କୁହାଯାଉଛି । ୱାର୍ଲଡ ଓଡ଼ିଶା ସୋସାଇଟି ଭାବେ ପରିଚିତ ପରିବେଶ ଭିତିକ ବିଶ୍ୱସ୍ତରୀୟ ସଂସ୍ଥାର ସେ ହେଉଛନ୍ତି ସାଧାରଣ ସମ୍ପାଦକ ।

ଇକୋ ମ୍ୟାନ୍ ଶ୍ରୀଯୁକ୍ତ ଦାଶ ଗତ ଦୁଇ ଦଶନ୍ଧି ଧରି ଗ୍ରାମୀଣ ବିକାଶ ଓ ପରିବେଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି । ସେ ଇକୋ ଭିଲେଜ୍ ନାମକ ଏକ ପାଇଲଟ୍ ପ୍ରକଳ୍ପ ମଡେଲ୍‌ର ଶୁଭାରମ୍ଭଗ କରିଛନ୍ତି ଯହା ହେଉଛଇ ଏକ ଆନ୍ତର୍ଜାତିକ ପରିବେଶ ପର୍ଯ୍ୟଟନ ଭାବେ “ଓଡ଼ିଶା ପ୍ୟାକେଜ୍‌’ ପାଇଁ ଏକ ଛୋଟିଆ ଅଭିଯାନ ।

ଏହି ବିଚାରବିମର୍ଶ ବୈଠକରେ ଯୋଗ ଦେଇ ଭାରତ ସରକାରଙ୍କ ନବରତ୍ନ କଂପାନିର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶୀତ  ଚନ୍ଦ୍ର ଆଚାର୍ଯ୍ୟ ଓଡ଼ିଶାରେ ପ୍ରତିଷ୍ଠିତ ଏହି ପ୍ରଥମ ବେସରକାରୀ ଇକୋଭିଲେଜ୍‌କୁ ସବୁମତେ ଆନେଇ ନେବା ଲକ୍ଷ୍ୟ ନେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦେଶକ ଶ୍ରୀ ଉତ୍ପଳ ପତି ବହୁ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡ. ସୁଦର୍ଶନ ପଣ୍ଡା, ଡ. ନିରଜଂନ ପଣ୍ଡା, ବିକାଶ ଦାସ, ଇ କେ ପାତ୍ର, ଚାର୍ଟାର୍ଡ ଆକାଉଟାଂଟ୍ ଅନିଲ ଅଗ୍ରୱାଲ, ସଂଘମିତ୍ରା ଜେନା, ପୁଷ୍ପାଞ୍ଜଳି ସେନାପତି, ସୁରେଶ ବର୍ମା, ନିରଜଂନ ସ୍ୱାଇଁ, ବିଶାଲ ସୁବୁଦ୍ଧି, ଶିବଦତ ସୁବୁଦ୍ଧି, ପଙ୍କଜ ଗୁପ୍ତା, ସୁଧାଂଶୁ ମହାନ୍ତି, ନବନିତ ଶାହ ଓ ବହୁ ପରିବେଶପ୍ରେମୀ ଯୋଗ ଦେଇ ସୁଚିନ୍ତିତ ମତାମତ ନେଇଥିଲେ । ଶେଷରେ ପ୍ରଫେସର ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।