ଭୁବନେଶ୍ୱର : ଆମ ବସ୍ ଚଳାଚଳରୁ ଯେତିକି ଆୟ ହେଉଛି ବ୍ୟୟ ତାହା ଠାରୁ ପ୍ରାୟ ୨ଗୁଣା ଅଧିକ ହେଉଛି । ବସ୍ ଚଳାଚଳ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସରକାର କ୍ରୁଟ୍କୁ ୧୧୧୯କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଆମ ବସ୍ ର ଆୟ ବ୍ୟୟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮-୧୯ ମସିହାରୁ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ପର୍ଯ୍ୟନ୍ତ ଆମ ବସ୍ ଚଳାଚଳରୁ ୬୮୬ କୋଟି ୫୦ ଲକ୍ଷ ଟଙ୍କା ଆୟ ହୋଇଥିବାବେଳେ ବ୍ୟୟ ହୋଇଛି ୧୦୫୯କୋଟି ୫୨ ଲକ୍ଷ ଟଙ୍କା ।
କୌଣସି ଗୋଟିଏ ହେଲେ ବର୍ଷରେ ଆମ ବସ୍ରୁ ଆୟ ହୋଇନଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।
ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ଯେ ୨୦୧୮-୧୯ବର୍ଷରେ ଆମ ବସ୍ ୩୮କୋଟି ୨୫ଲକ୍ଷ ଟଙ୍କା ଆୟ କରିଥିବାବେଳେ ବ୍ୟୟ ଥିଲା ୫୦ କୋଟି ୯୨ଲକ୍ଷ ଟଙ୍କା । ୨୦୨୪-୨୫ ବର୍ଷରେ ଆମ ବସରୁ ୧୫୬ କୋଟି ୫୨ଲକ୍ଷ ଟଙ୍କା ଆୟ ହୋଇଥିବାବେଳେ ବ୍ୟୟ ପରିମାଣ ୨୬୫ କୋଟି ଟଙ୍କାରେ ପହଞ୍ଚିଛି ।

