Home General ଆହତଙ୍କ ପାଇଁ ୨୨ଲକ୍ଷ ୫୦ହଜାର ସହାୟତା

ଆହତଙ୍କ ପାଇଁ ୨୨ଲକ୍ଷ ୫୦ହଜାର ସହାୟତା

ଭୁବନେଶ୍ୱର : ବାଲେଶ୍ୱର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପରିପ୍ରେକ୍ଷୀରେ ଓଡିଶା ପ୍ରାଣୀ ସଂପଦ ସେବା ସଂଘ ତରଫରୁ ୨୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ।

ସଂଘର କର୍ମକର୍ତ୍ତାମାନେ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଏହି ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।

ସେହିଭଳି ରାଜ୍ୟ ସଚିବାଳୟ ସେବା ସଂଘ ତରଫରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି l ସଂଘର କର୍ମକର୍ତ୍ତା ମାନେ ମୁଖ୍ୟ ଶାସନ ସଚିବଶ୍ରୀ ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି l

ଉଭୟ ସଂଘର କର୍ମକର୍ତ୍ତାମାନେ ଏଭଳି ଦୁଃଖଦ ସମୟରେ ସହାୟତାର ହାତ ବଢାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସଂପୃକ୍ତ ସଂଘର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।