Home News in Odia ଆସୁଛି ଲଘୁଚାପ ବର୍ଷା

ଆସୁଛି ଲଘୁଚାପ ବର୍ଷା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଓଡ଼ିଶାରେ ବୁଧବାର ରାତିରୁ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଏହା ଅଧିକ ଘନୀଭୁତ ହୋଇ ଉତର ପଶ୍ଚିମ ଆଡ଼କୁ ଗତି କରି ଝାଡଖଣ୍ଡ ଓ ଉତର ଛତିଶଗଡ଼ ମୁହାଁ ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ଏହାର ପ୍ରଭାବରେ ଗୁରୁବାର ରାତିରୁ ଜୁଲାଇ ୨୬ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଂଚଳରେ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଜୁଲାଇ ୨୪ ଏବଂ ୨୫ ତାରିଖରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, କଟକ, ଢ଼େଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କେନ୍ଦ୍ରପଡ଼ା, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଜୁଲାଇ ୨୫ ଏବଂ ୨୬ ତାରିଖରେ ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର ଅନ୍ୟ ଜିଲ୍ଳାଗୁଡ଼ିକରେ ଏହି ସମୟ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି ।