Home Election ଆସୁଛନ୍ତି ମୋଦୀ, ନଡ୍ଡା

ଆସୁଛନ୍ତି ମୋଦୀ, ନଡ୍ଡା

ଭୁବନେଶ୍ୱର : ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆସନ୍ତା କାଲି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନଡ୍ଡା ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ରାତି ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।

ଆସନ୍ତା କାଲି ଭୁବନେଶ୍ୱରରେ ରାତ୍ରିଯାପନ ପରେ ଶ୍ରୀ ମୋଦି ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଏବଂ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରର ଚିକିଲି ଛକଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।