Home Assembly ଆଳୁ ୧୯, ପିଆଜ ୩୦

ଆଳୁ ୧୯, ପିଆଜ ୩୦

ଭୁବନେଶ୍ୱର : ରାଜ୍ୟରେ ଆଳୁ ଓ ପିଆଜର ଚାହିଦା ମେଣ୍ଟାଇବାପାଇଁ ରାଜ୍ୟସରକାର ଅନ୍ୟ ରାଜ୍ୟରୁ ଏହାରୁ ଏହାକୁ ଆମଦାନୀ କରୁଛନ୍ତିା ତେବେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ବର୍ଷକୁ ହାରାହାରି କିଲୋପ୍ରତି ୧୯ ଟଙ୍କା ଦରରେ ଆଳୁ ଆମଦାନୀ ହେଉଥିବାବେଳେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ପିଆଜ କିଲୋପ୍ରତି ହାରାହାରି ୩୦ଟଙ୍କା ଦରରେ ଆମଦାନୀ କରାଯାଉଛି ।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ଓ ଆମଦାନୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବାର୍ଷିକ ୩.୦୭ଲକ୍ଷ ମେଟ୍ରିକ ଟନ୍‍ ହରଡ ଡାଲି ଆବଶ୍ୟକ ହେଉଥିବାବେଳେ ଉତ୍ପାଦନ ହେଉଛି ୧.୪୨ ଲକ୍ଷ ଟନ୍‍ । ତେଣୁ ଚାହିଦା ମେଣ୍ଟାଇବାପାଇଁ ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ କିଲୋପ୍ରତି ହାରାହାରି ୧୪୫ ଟଙ୍କା ଦରରେ ହରଡଡାଲି ଆମଦାନୀ କରାଯାଉଛି ।

ସେହିଭଳି ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶରୁ ଖାଇବାତେଲ ଓଡିଶାକୁ ଆସୁଛି । ଆସୁଥିବା ସୋରିଷ ତେଲ ଲିଟର ହାରାହାରି ୧୪୮ ଟଙ୍କା ରହୁଥିବାବେଳେ ପାମୋଲିନ୍‍ ତେଲ ୧୦୬ ଟଙ୍କାରେ ଆସୁଛି । ଅନୁରୂପ ଭାବେ ଓଡିଶାକୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ହାରାହାରି କିଲୋପିଛା ୧୯ଟଙ୍କା ଦରରେ ଆଳୁ ଆସୁଥିବାବେଳେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ କିଲୋପ୍ରତି ୩୦ଟଙ୍କା ଦରରେ ପିଆଜ ଆସୁଛି । ଓଡିଶାରେ ପିଆଜର ଚାହିଦା ବର୍ଷକୁ ୩.୭୦ଲକ୍ଷ ମେଟ୍ରିକ ଟନ୍‍ ଥିବାବେଳେ ୩.୬୮ଲକ୍ଷ ମେଟ୍ରିକ ଟନ୍‍ ପିଆଜ ଉତ୍ପାଦନ ହେଉଛି ।