ଭୁବନେଶ୍ୱର : ୨୦୧୫-୧୬ ବର୍ଷରେ ରାଜ୍ୟ ସରକାର ଆଳୁ ମିଶନ ଗଠନ କରିଥିଲେ ଏବଂ ଏହା ୨୦୧୭-୧୮ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ଆଳୁ ମିଶନ ପାଇଁ ୮କୋଟି ୯୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିହଦେଓ । ମନ୍ତ୍ରୀ କହିଛନ୍ତି ୨୦୧୫-୧୬ ଆର୍ଥିକ ବର୍ଷରେ ୩୦,୦୦୦ ହେକ୍ଟରେ ଆଳୁ ଚାଷ ହୋଇଥିବାବେଳେ ୨୦୧୬-୧୭ ବର୍ଷରେ ୪୫ହଜାର ଏବ୨୦୧୭-୧୮ ରେ ୬୦ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯ।।ଇଥିଲା ।
ଏ ବାବଦରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ୮.୯୪ କୋଟି ଟଙ୍କା ବ୍ୟୟ ହୋଇଥିଲା । ଚଳିତ ବର୍ଷ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାର ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ ଯୋଜନା ଅର୍ନ୍ତଗତ ଆଳୁ ପନିପରିବା ଓ ମସଲା ଉନ୍ନୟନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଆଳୁଚାଷ କରିବାପାଇଁ ଉନ୍ନତମାନର ପ୍ରାମାଣିକଆଳୁ ବିହନ ରିହାତି ଦରରେ ଯୋଗାଇ ଦେଉଥିବା ମନ୍ତ୍ରୀ କହିଛନ୍ତି ।