Home General ଆର୍ନ୍ତଜାତୀୟ ଉଡାଣକୁ ସବୁଜ ସଙ୍କେତ

ଆର୍ନ୍ତଜାତୀୟ ଉଡାଣକୁ ସବୁଜ ସଙ୍କେତ

ଭୁବନେଶ୍ୱର : ଖୁବ ଶୀଘ୍ର ଭୁବନେଶ୍ୱର ଆର୍ନ୍ତଜାତିକ ବିମାନବନ୍ଦରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ କରିବ । ଏହି ସବୁ ରୁଟ୍‍ରେ ବିମାନ ଚଳାଇବାପାଇଁ ଇଣ୍ଡିଗୋ ବିମାନ ସଂସ୍ଥା ଆବେଦନ କରିଥିବାବେଳେ ରାଜ୍ୟ କ୍ୟାବିନେଟ ଆଜି ତାହାକୁ ଅନୁମୋଦନ କରିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହିସବୁ ରୁଟ୍‍ରେ ବିମାନ ଚଳାଚଳ ପାଇଁ ବିଭିନ୍ନ ବିମାନ ଚଳାଚଳ କମ୍ପାନୀମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ କେବଳ ଇଣ୍ଡିଗୋ ଏଥିପାଇଁ ଆବେଦନ କରିଥିବାବେଳେ ରାଜ୍ୟ ସରକାର ଆଜି ଏହି ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି ।

ଫଳରେ ସପ୍ତାହକୁ ଯଥାକ୍ରମେ ତିନିଟି ଓ ଦୁଇଟି ୧୮୬ ଆସନ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ । ଏଥି ନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ ଏବଂ ଏହାର ଫଳ ସ୍ୱରୂପ ସମସ୍ତ ଟିକଟଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ କମ୍ପାନୀକୁ ପ୍ରଦାନ କରାଯିବ । ଏହା ଆର୍ନ୍ତଜାତୀୟ ବିମାନ ଚଳାଚଳକୁ ସୁଗମ କରିବା ସହିତ ରାଜ୍ୟକୁ ଅଧିକ ରାଜସ୍ୱ ମିଳିପାରିବ ବୋଲି ମୁଖ୍ୟ ସଚିବ କହିଚନ୍ତି ।

ଓଡିଶାର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ସଂସ୍କୃତି, ପର୍ଯ୍ୟଟନକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରିବା ଦିଗରେ ଆର୍ନ୍ତଜାତୀୟ ବିମାନ ଚଳାଚଳ ଏକ ମୁଖ୍ୟ ସୋମାନ ହୋଇଥିବାବେଳେ ଓଡିଶାରୁ ତିନିଟି ଆର୍ନ୍ତଜାତୀୟ ସ୍ଥଳକୁ ଖୁବ୍‍ଶୀଘ୍ର ବିମାନ ଚଳାଚଳର ବାଟ ଫିଟିଛି ।