Home General ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପିତ

ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପିତ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଶିଶୁମାନଙ୍କ ଯତ୍ନ,ସୁରକ୍ଷା ଓ ପୁନର୍ବାସ ସେବାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ କରକମଳରେ ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ ହୋଇଯାଇଛି ।

ଏହି ୱେବ ପୋର୍ଟାଲ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି, କିଶୋର ନ୍ୟାୟ ବୋର୍ଡ, ଶିଶୁ ଯତ୍ନ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସୁଗମ ସମନ୍ଵୟ ସକ୍ଷମ କରିବ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି ।

ଏହି ପୋର୍ଟାଲ ମାଧ୍ୟମରେ ରାଜ୍ୟରେ ଶିଶୁ କଲ୍ୟାଣ, ଶିଶୁ ପୋଷଣ ଓ ଶିଶୁ ସୁରକ୍ଷା କ୍ଷେତ୍ରର କାର୍ଯ୍ୟଶୈଳୀରେ ସୁଧାର ଆସିବ। ଡିଜିଟାଲି ଅପଡେଟ ତଥ୍ୟ ସାହାଯ୍ୟରେ ଶିଶୁ ସ୍ଵାସ୍ଥ୍ୟ ଓ ପୋଷଣ ସଠିକ ଭାବେ ଟ୍ରାକ ହୋଇପାରିବ।ଏହି ୱେବ ପୋର୍ଟାଲ୍ ମାଧ୍ୟମରେ  ପୋଷଣ ଟ୍ରାକର ଓ ଚାଇଲ୍ଡ ହେଲ୍ପଲାଇନ ଲାଇନ ନମ୍ବର ୧୦୯୮ର ସମନ୍ଵୟ ମଧ୍ୟ ରହିପାରିବ। ଏହି ପୋର୍ଟାଲ୍ ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦ ଭଳି ଯୋଜନାଗୁଡିକର  ଅଦ୍ୟତନ ତଥ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରେଇପାରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ସହ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ  ଉପସ୍ଥିତ ଥିଲେ ।