ଭୁବନେଶ୍ୱର : ଓଡିଶାର ଖାଉଟିମାନଙ୍କ ପାଇଁ ବାର୍ଷିକ ଆନୁମାନିକ ୫ଲକ୍ଷ ଟନ୍ରୁ ଅଧିକ ଅରୁଆ ଚାଉଳର ଆବଶ୍ୟକତା ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଟିମାନଙ୍କୁ ବର୍ଷକୁ ୪ହଜାର କୁଇଣ୍ଟାଲରୁ ଅଧିକ ଅରୁଆ ଚାଉଳ ଯୋଗାଯାଉଛି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ହାରାହାରି ୭୫.୫ ଲକ୍ଷ ମେଟ୍ରିକ ଟନ୍ ଚାଉଳର ଆବଶ୍ୟକତା ରହିଥିବାବେଳେ ଖାଉଟିମାନଙ୍କ ପାଇଁ ବର୍ଷକୁ ୫.୬୧୨୪୦୩ ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ଆବଶ୍ୟକହେଉଛି । ରାଜ୍ୟର ବ୍ୟବସାୟୀମାନେ ସାଧାରଣତଃ ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ହରିଆନା, ମଧ୍ୟପ୍ରଦେଶ ତଥା ଉତ୍ତରପ୍ରଦେଶରୁ ଅରୁଆଚାଉଳ ଆମଦାନୀ କରି ଖୋଲା ବଜାରର ଚାହିଦା ମେଣ୍ଟାଉଛନ୍ତି ।
ସେହିଭଳି ୨୦୨୪-୨୫ ବଷରେ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଓଡିଶାରୁ ଝାଡଖଣ୍ଡ, ବିହାର, ତାମିଲନାଡୁ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ ତଥା ଉତ୍ତର ପୂର୍ବାଞ୍ଚଳକୁ ୧,୬୪,୯୯୬ ମେଟ୍ରିକ ଟନ୍ ଚାଉଳ ରପ୍ତାନି କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେ ଖକରିଛନ୍ତି ।