Home General ଆପାର୍ଟମେଣ୍ଟ ଘରକୁ କିଣା ବିକା ଅନୁମତି

ଆପାର୍ଟମେଣ୍ଟ ଘରକୁ କିଣା ବିକା ଅନୁମତି

ଭୁବନେଶ୍ୱର : ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ସ୍ପଷ୍ଠିକରଣ । ଏଣିକି ରେରା ପୂରର୍ବରୁ ଆପାର୍ଟମେଣ୍ଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ ବର୍ତମାନ କ୍ରୟ ବିକ୍ରୟ ପାଇଁ କୌଣସି ପ୍ରତି ବନ୍ଧକ ନାହିଁ । ଗତ ୨୦୨୩ ମସିହା ଜୁନ ମାସରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ଆପାର୍ଚମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।

 ଏ ନେଇ ବିଭାଗ ତରଫରୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ଅବଗତ କରାଯାଇ ସମସ୍ତ ପଞ୍ଜିକରଣ ଅଧିକରୀ ( ରେଜିଷ୍ଟାର ) ମାନଙ୍କୁ ଜଣାଇଦେବାକୁ କୁହାଯାଇଛି । ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଦ୍ୱାରା ଦାଖଲ ଅପିଲ ଗୁଡିକୁ ଯଥାଶୀଘ୍ର ଫଏସଲା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ବିଡିଏ ଏବଂ ବିଏମ୍‌ସି ଓଡିଶା ଡେଭଲେପମେଂଟ ଅଥରିଟି ୧୯୮୨ ଲାଗୁ ଓ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ସମୟରେ ଜାରି କରିଥିବା ଆଦେଶନାମା ବିରୁଦ୍ଧରେ ଜନସାଧାରଣ ଦାଏର କରିଥିବା ଅପିଲ ଗୁଡିକ ଦୀର୍ଘଦିନ ଧରି ପଡିରହି ଥିବାରୁ ଅସନ୍ତୋଷ ଦେଖା ଦେଇଛି ।

ସେହି ସବୁ ଅପିଲ ଗୁଡିକୁ ଯୁଦ୍ଧକାଳୀନଭିତିରେ ଯଥାଶୀଘ୍ର ଫଏସଲା କରିବାକୁ ନିଷ୍ପତି ଗ୍ରହଣ କରାଯାଇ ବିଭାଗର ୭ ଜଣ  ବରିଷ୍ଠ ଅଧିକାରୀଙ୍କୁ       ଅପିଲେଟ କର୍ତୃପକ୍ଷ ଭାବେ ଘୋଷଣା କରାଯାଇଛି । ପ୍ରାୟ ୭୦୦ ରୁ ଅଧିକ ଅପିଲ ପଡି ରହିଛି । ସେ ଗୁଡିକୁ ଯଥାଶୀଘ୍ର ଫଏସଲା କରିବା ନିମନ୍ତେ ସେମାନଙ୍କୁ  ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଡାଃ ମହାପାତ୍ର ସୂଚନା ଦେଇଛନ୍ତି ।