Home Assembly ଆଦାୟ ହୋଇନି ସବୁ ଜୋରିମାନା

ଆଦାୟ ହୋଇନି ସବୁ ଜୋରିମାନା

ଭୁବନେଶ୍ୱର : ଶାହା କମିଶନଙ୍କ ସୁପାରିଶ୍‍ ଅନୁଯାୟୀ ଖଣି ପଟାଦାରଙ୍କ ଉପରେ ଯେତିକି ଜୋରିମାନା ଧାର୍ଯ୍ୟ ହୋଇଥିଲା ତାହା ସମ୍ପୂର୍ଣ୍ଣ ଆଦାୟ ହୋଇପାରି ନାହିଁ । ବାକିଆ ଜୋରିମାନା ଆଦାୟ ପାଇଁ ରାଜ୍ୟ ସରକାର ସାର୍ଟିଫିକେଟ କେଶ୍‍ କରିଥିବାବେଳେ ସେହି ମାମଲା ଏବେ ବି ଚାଲିଛି ।

ଖଣି ଜୋରିମାନା ଆଦାୟ ସଂକ୍ରାନ୍ତରେ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏମ ବି ଶାହା କମିଶନଙ୍କ ଦ୍ୱାରା ଓଡିଶାରେ ଲୁହା, ମାଙ୍ଗାନିଜ ଖଣି ଅଞ୍ଚଳରେ ଘଟିଥିବା ଅବୈଧ ଖନନ ଅଭିଯୋଗ କ୍ରମେ ଦେଇଥିବ ମତ ମନ୍ତବ୍ୟ ଓ ଟିପ୍ପଣିକୁ ବିଚାର କରି ସୁପ୍ରିମକୋର୍ଟ ୨୦୧୭ ମସିହାରେ ଚୂଡାନ୍ତ ରାୟ ପ୍ରଦାନ କରିଥିଲ । ତଦନଯାୟୀ ଅନିୟମିତତା ଯୋଗୁଁ ୧୩୨ ଜଣ ଖଣି ଖଟାଦାରଙ୍କ ଉପରେ ୧୮ହଜାର ୧୬୯ କୋଟି ଟଙ୍କାର ଜୋରିମାନା ଆଦାୟ ପାଇଁ ଦାବି ହୋଇଥିଲା ।

ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫ହଜାର ୫୨୮ କୋଟି ଟଙ୍କା ମୂଳ ବାବଦକୁ ଓ ୬୫୪ କୋଟି ଟଙ୍କା ସୁଧ ବାବଦକୁ ଆଦାୟ ହୋଇଛି । ଖଣି ଅଞ୍ଚଳରେ ଗଚ୍ଛିତ ଥିବା ଖଣିଜ ପଦାର୍ଥକୁ ଧାର୍ଯ୍ୟ ସମୟରେ ହସ୍ତାନ୍ତର ନକରିବାରୁ ୩୦ଜଣ ଖଣି ପଟାଧାରୀଙ୍କୁ ୩୬୨କୋଟି ଟଙ୍କାର ଜୋରିମାନା ଆଦାୟପାଇଁ ଦାବି ହୋଇଥିଲା । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୂଳ ବାବଦକୁ ୩୦୦ କୋଟି ଏବଂ ସୁଧ ବାବଦକୁ ୪୬ କୋଟି ଟଙ୍କା ଆଦାୟ ହୋଇଛି । ଜୋରିମାନା ଦେଇନଥିବା ଖଣି ପଟାଧାରୀଙ୍କ ବିରୁଦ୍ଧରେ ସାର୍ଟିଫିକେଟ କେଶ୍‍ ହୋଇଛି ଏବଂ ଏହା ବିଚାରାଧନ ଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)