ନୂଆଦିଲ୍ଲୀ : ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର ଏକ ସ୍ୱଚ୍ଛ ରୋଡମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ୍ଇ ଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ(ଆସୋଚାମ୍)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ “ଭାରତର ବିକାଶ ପଥରେ ଇନ୍ଧନକୁ ଉର୍ଜାର ରୂପାନ୍ତରଣ” ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଉର୍ଜା କ୍ଷେତ୍ରକୁ ବୃହତ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଉର୍ଜା ପଦକ୍ଷେପରେ ସାମିଲ ହେବା ପାଇଁ ଭାରତର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନୀ(ଇଣ୍ଡିଆନ ଆଇଏନସି)କୁ ନିମନ୍ତ୍ରଣ କରିବା ସହ ଦେଶରେ ଉର୍ଜା ନ୍ୟାୟ ସୁନିଶ୍ଚିତ କରିବା ସଙ୍ଗେସଙ୍ଗେ ଉର୍ଜା ଦାରିଦ୍ର୍ୟକୁ ସମାପ୍ତ କରିବାକୁ ହେବ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟଙ୍କ ଜୀବନରେ ଅଧିକ ଉନ୍ନତି ଆଣିବା ପାଇଁ ଅଧିକ ଉର୍ଜାର ଆବଶ୍ୟକତା ରହିଛି । ଆମର ଉର୍ଜା କ୍ଷେତ୍ର ଅଭିବୃଦ୍ଧି କେନ୍ଦ୍ରିକ, ଶିଳ୍ପ ଅନୁକୂଳ ଏବଂ ପରିବେଶ ସନ୍ତୁଳିତ । ଆମର ଜାତୀୟ ବିକାଶ ଏବଂ ଆଗାମୀ ବର୍ଷରେ ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବାରେ ଉର୍ଜା ଏକ ପ୍ରମୁଖ କ୍ଷେତ୍ରର ମାଧ୍ୟମ ହେବ ।
ବିଗତ ୬ ବର୍ଷରେ ଭାରତର ଉର୍ଜା ସ୍ଥାପତ୍ୟରେ ଏକ ବଡ଼ ପରିବର୍ତନ ହୋଇଛି । ଯଦ୍ୱାରା ଦେଶରେ ଉର୍ଜା ଦାରିଦ୍ୟକୁ ଶେଷ କରିବା ଦିଗରେ ଏକ ବୃହତ ଆମର ଇଚ୍ଛାଶକ୍ତି ଦୃଢ ହୋଇଛି । କୋଭିଡ୍-୧୯ର ସଂକଟକୁ ଉର୍ଜା କ୍ଷେତ୍ର ସୁଯୋଗରେ ପରିଣତ କରିଛି । କୋଭିଡ-୧୯ର ପରବର୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିରନ୍ତର ସଂସ୍କାଣ ଏବଂ ସଠିକ୍ ଦୂରଦୃଷ୍ଟି ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ବଡ ଖୋରାକ୍ ଯୋଗାଇଛି । ଶିଳ୍ପ ସମୂହଙ୍କ ଅଂଶଗ୍ରହଣ ଏବଂ ପୁଞ୍ଜନିବେଶ ସହ ଦେଶର ଉର୍ଜା କ୍ଷେତ୍ର ଅନେକ ସୁଯୋଗ ଆଣିଦେଇଛି ।
ଉର୍ଜା କ୍ଷେତ୍ର ତଥା ଅନ୍ୱେଷଣ ଏବଂ ଉତ୍ପାଦନ (ଇ ଏବଂ ପି), ବିଶୋଧନାଗାର, ଜୈବଇନ୍ଧନ, ଷ୍ଟ୍ରାଟେଜିକ୍ପେ ଟ୍ରୋଲିୟମ ଭଣ୍ଡାର, ଏଲଏନଜି କ୍ଷମତା ବୃଦ୍ଧି, ଗବେଷଣା ଏବଂ ବିକାଶ(ଆର ଏବଂ ଡ଼ି) କ୍ଷେତ୍ରର ବିକାଶ ପାଇଁ ସବୁପ୍ରକାର ଉଦ୍ୟମ ଜାରୀ ରହିଛି । ଏହି ଆଧାରରେ ସ୍ୱଚ୍ଛ ମାର୍ଗକୁ ଗ୍ରହଣ ଆଣିବା,ଆର୍ôଥକ ବିକାଶ, ଦେଶବାସୀଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରିବା ଦିଗରେ ଦୃଷ୍ଟି ଦିଆଯାଉଛି । ଦେଶରେ ପାଇପଲାଇନ, ସିଟି ଗ୍ୟାସ ବିତରଣ, ଏଲଏନଜି, ରି-ଗ୍ୟାସିଫିକେସନ ଟର୍ମିନାଲ ସହ ଗ୍ୟାସ ଭିତିଭୂମିର ବିକାଶ ପାଇଁ ୬୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜନିବେଶ କରାଯାଉଛି ।
ସେହିପରି ୨୦ ବିଲିୟନ ଆମେରିକୀୟ ଡଲାର ନିବେଶରେ ଆଗାମୀ ଦିନରେ ଭାରତ ସରକାର ୫ ହଜାର ସିବିଜି ପ୍ଲାଂଟ୍ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ସିବିଜି ପ୍ଲାଂଟରେ ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ ସିବିଜି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୧୫୦୦ ସିବିଜି ପ୍ଲାଂଟର କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।