Home Assembly ଆଠବର୍ଷ ତଳେ ବସିଥିଲା ଯୋଜନା କମିଟି ବୈଠକ

ଆଠବର୍ଷ ତଳେ ବସିଥିଲା ଯୋଜନା କମିଟି ବୈଠକ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଯୋଜନା କମିଟିର ବୈଠକ ଶେଷଥର ପାଇଁ ୨୦୧୭ ମସିହାରେ ବସିଥିଲା । ୨୦୧୯ରେ ବସିଥିବା ଅନୁଗୁଳ ଜିଲ୍ଲା ଯୋଜନା କମିଟିର ବୈଠକ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।

ଜିଲ୍ଲା ଯୋଜନା କମିଟିର ବୈଠକ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦବୀ ଚୟନ ପ୍ରକ୍ରିୟା ନିୟମାନୁସାରେ ଜାରି ରହିଛି । ଜିଲ୍ଲା ଯୋଜନା କମିଟି ଅଧି ନିୟମ ୧୯୯୮ ଅନୁଯାୟୀ ଜିଲ୍ଲା ଯୋଜନା କମିଟି କାର୍ଯ୍ୟକାରୀ ହୋଇଥାଏ ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲା ଯୋଜନା କମିଟିର ବୈଠକ ଶେଷଥର ପାଇଁ ୨୦୧୭ ମସିହାରେ ବସିଥିବାବେଳେ ଅନୁଗୁଳ ଜିଲ୍ଲାରେ ୨୦୧୯ମସିହାରେ ବସିଥିଲା । ସମ୍ବଲପୁରରେ ୨୦୧୯ ଓ ସୁନ୍ଦରଗଡ ଜିଲ୍ଲାରେ ଏହା ୨୦୨୧ ମସିହାରେ ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଏହା ଶେଷଥର ପାଇଁ ୨୦୨୪ ମସିହାରେ ବସିଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ୨୦୨୩ ମସିହାରେ ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । (ତଥ୍ୟ)