Home General ଆଚାର୍ଯ୍ୟ ଦେବଙ୍କ ୫୬ତମ ଜନ୍ମ ଦିବସ ପାଳିତ

ଆଚାର୍ଯ୍ୟ ଦେବଙ୍କ ୫୬ତମ ଜନ୍ମ ଦିବସ ପାଳିତ

ଭୁବନେଶ୍ୱର : ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ୫୬ତମ ଜନ୍ମ ଦିବସ ପାଳନ ଉପଲକ୍ଷେ କିଛି ଗୁରୁଭାଈଙ୍କ ସହିତ ମିଶି ସ୍ଥାନୀୟ ରଘୁନାଥ ପୁର  ଅଞ୍ଚଳ ରେ ଏକ ବୃଦ୍ଧା ଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଏ,

ପଶୁ ପକ୍ଷୀ ମାନଙ୍କ ପାଇଁ ଶ୍ରୀ ଶ୍ରୀ ଶିଖର ଚଣ୍ଡୀ ପାହାଡ ରେ ମାଂକଡ, ଗାଈ, ଷଣ୍ଢ କୁକୁର, ଏବଂ ପକ୍ଷୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଏ।ଶ୍ରୀ କୃପାନିଧି ବିଶ୍ଵାଳ, ଶ୍ରୀ ଅଭୟ କୁମାର ପରିଡ଼ା, ଶ୍ରୀ ଅଲେଖ ଚନ୍ଦ୍ର ଚକ୍ର, ଶ୍ରୀ ଲଳିତ କୁମାର ପୋଥାଳ, ଶ୍ରୀ ସୁଶାନ୍ତ ବେହେରା, ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନ, ଶ୍ରୀ ଅଭିଜିତ ସାମନ୍ତରାୟ  ସରୋଜ ଶୃତୀ ସ୍ୱାଇଁ ଏବଂ ସୂର୍ଯୟନାରାୟଣ ପଣ୍ଡା ଭାଈ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଓଡିଶା ର ବିଭିନ୍ନ ହସ୍ପିଟାଲ ମନଙ୍କରେ ଫଳ ବଣ୍ଟନ କରାଯାଏ। ଶ୍ରୀ ଜୟ ପ୍ରକାଶ ପାତ୍ର ଏବଂ ଶ୍ରୀ ବି ପାର୍ଷୟା କର୍ମୀ ଗଣ ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ କୁ ହାତକୁ ନେଇଥିଲେ।

ଓଡ଼ିଶାର ବିଭିନ୍ନ କେନ୍ଦ୍ର , ମନ୍ଦିର  ମାନଙ୍କରେ ନାମ ସଙ୍କୀର୍ତ୍ତନ, ମାତୃ ସମ୍ମିଳନୀ, ଭଜନ କୀର୍ତ୍ତନ ପରିବେଷଣ କରାଯାଇ ସମସ୍ତ ମାଆ, ଭାଇ, ଭକ୍ତ ମାନଙ୍କୁ ପ୍ରସାଦ ସେବନ ପାଇଁ ପର୍ଯ୍ୟାପ୍ତ ଆୟୋଜନ ହୋଇଥିଲା ଭୁବନେଶ୍ୱର, କଟକ, ଛତ୍ରପୁର, ଖୁନ୍ତ୍ତୁଣୀ, ବଡ଼ମ୍ବା ନରସିଂହପୁର, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ନେମାଳ କେନ୍ଦ୍ରାପଡ଼ା, ସୁନ୍ଦର୍ ଗଡ଼ ବରଗଡ ,ବଲାଙ୍ଗୀର ,ବୌଦ୍ଧ  ଢେଙ୍କାନାଳ, ଅନୁଗୋଳ ଜିଲ୍ଲାର ବିଭିନ୍ନ ଜାଗାରେ ମହା ସମାରୋହ ରେ ଆୟୋଜିତ।

ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ସୂ ଦୀର୍ଘ ଜୀବନ କାମନା କରି ତାଙ୍କ ଦ୍ଵାରା ଦିଆ ଯାଉ ଥିବା ଦୀକ୍ଷା ପତ୍ର ନିର୍ଦ୍ଦେଶ କୁ ପ୍ରତି ଉପ ଯୋଜନା କେନ୍ଦ୍ର ମାଧ୍ୟମ ରେ ଆଗେଇ ନେବାକୁ ବିଭିନ୍ନ ଜାଗାରେ ଆଲୋଚକ ମାନେ ଶ୍ରୀ ଶ୍ରୀ ଠାକୁର ଙ୍କ ଦୟା, ଭାବ, କରୁଣା ଏବଂ ନିଜ ନିଜର ବଞ୍ଚିବା, ବଢିବା ର କୌଶଳ ବିଷୟରେ ଆଲୋଚନା କରିଥିଲେ।

 ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ନିର୍ଦ୍ଦେଶ କୁ ପାଳନ କରିବାକୁ ନିବେଦନ କରିଥିଲେ , ସମବେତ ହୋଇ ଶ୍ରୀ ଶ୍ରୀ ଠାକୁର ଙ୍କ କାମରେ ଲାଗି ରହିବାକୁ ମାଆ ମାନଙ୍କୁ ଯୁବକ ମାନଙ୍କୁ ଅନୁରୋଧ କରିଥିଲେ ଆହ୍ବାନ ଦେଇ ଥିଲେ।

ପ୍ରତି ଅଞ୍ଚଳ ରେ ଏହା ସୁଦୂର ପଲ୍ଲୀ ଠାରୁ ଦିଲ୍ଲୀ ପର୍ୟନ୍ତ  ଏକ ସୁନ୍ଦର୍ ଅଧନ୍ତ୍ଵିକ ବାତା ବରଣ ସୃଷ୍ଟି କରିଥିଲା । ହିନ୍ଦୁ, ମୁସଲମାନ, ବୌଦ୍ଧ, ଜୈନ  ଖ୍ରୀଷ୍ଟିଆନ ମାନେ ସର୍ବତ୍ର ମିଶି ସମବେତ ଭାବେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଜନ୍ମ ଦିବସ ପାଳନ କରି ଥିବା ଅନୁସନ୍ଧାନ ରୁ ଜଣା ଯାଏ। ବହୁ ଭାବରେ ଯୁବ ଗୋଷ୍ଠୀ ଏହି ସତସଙ୍ଗ ଆନ୍ଦୋଳନ ରେ ସକ୍ରିୟ ସହଯୋଗ କରି ଆନନ୍ଦ ଅନୁଭବ କରି ଥିଲେ