Home General ଆକର୍ଷିତ କରିଛି ପିକକ୍‌ର ଜୀବିକା ଷ୍ଟଲ

ଆକର୍ଷିତ କରିଛି ପିକକ୍‌ର ଜୀବିକା ଷ୍ଟଲ


ଭୁବନେଶ୍ଵର: କଳିଙ୍ଗ ପୁସ୍ତକ ମେଳାରେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ୍‌) ଦ୍ୱାରା ଆୟୋଜିତ ଜୀବିକା ଷ୍ଟଲ ଜନସାଧାରଣଙ୍କୁ ଆକର୍ଷିତ କରିଛି ।

ଏହି ଷ୍ଟଲ ରେ ମହିଳା ଗୋଷ୍ଟିର ସଦସ୍ୟ ମାନଙ୍କ ଦ୍ୱାରା ଘରୋଇ ହାତ ତିଆରି ଜିନିଷ, ହସ୍ତକଳା ଏବଂ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି ଓ ଏହି ସାମଗ୍ରୀ ଗୁଡିକ ପିକକ୍ ଉଦ୍ୟମରେ ବାଲିଅନ୍ତା ବ୍ଲକ ର ୭ ଟି ପଞ୍ଚାୟତର ୧୦ ଟି ଗ୍ରାମରେ ଗଠିତ ୧୬ ଟି ମହିଳା ଗୋଷ୍ଟିର ସଦସ୍ୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ଫନି ବାତ୍ୟାରେ ପ୍ରଭାବିତ ହୋଇଥିବା ମହିଳା ମାନଙ୍କର ସ୍ଥାୟୀ ଜୀବିକା ନିମନ୍ତେ ୨୮୮ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ତାଲିମ ଓ ସହାୟତା ପ୍ରଦାନ କରାଯାଇଛି ।

ଏହି ମେଳା ମାଧ୍ୟମରେ ସେମାନେ ନିଜର ସାମଗ୍ରୀ ବିକ୍ରି ସହିତ ଏହାର ଚାହିଦା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି ଓ ମହିଳା ମାନେ ନିଜେ ଷ୍ଟଲରେ ରହି ନିଜର ବ୍ୟବସାୟ ମାଧ୍ୟମରେ ଅନେକ ଦ୍ରବ୍ୟ ବିକ୍ରୟ କରିଥିଲେ ଓ ସେମାନଙ୍କର ଦ୍ରବ୍ୟର ଚାହିଦା ମଧ୍ୟ ଖୁବ ଥିଲା ।

ଏହି ମେଳା ରେ ଭାଗ ନେଇଥିବା ମହିଳା ଗ୍ରୁପ ର ସଦସ୍ୟା ପ୍ରେମଳତା ପରିଡା ଓ ଅର୍ଚ୍ଚନା ସାହୁ କହିଲେ ଯେ ସେମାନେ ଏହି ପ୍ରଦର୍ଶନୀ ରେ ଭାଗନେଇ କିଛି ରୋଜଗାର କରିଛନ୍ତି ଯାହା କି ତାଙ୍କର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରୁଛି ଓ ପିକକ୍ ର ଜ୍ୟୋତି ଶଙ୍କର ମହାନ୍ତି, ଉପମା ମହାନ୍ତି, ଇତିଶ୍ରୀ ପ୍ରହରାଜ, ସନ୍ଧ୍ୟା କାନୁନଗୋ ପ୍ରମୁଖ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।