Home General ଆଉ ବର୍ଷେ ମାଗଣା ଚାଉଳ

ଆଉ ବର୍ଷେ ମାଗଣା ଚାଉଳ

ଭୁବନେଶ୍ୱର : ଚଳିତ ବର୍ଷ ଜାନୁଆରୀ ୨୩ ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଏକ ବର୍ଷ ପାଇଁ ମାଗଣାରେ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୨୦୨୩ ଠାରୁ ୧୨ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ବାବଦୀୟ ମୋଟ୍‍ ୧୮୫ କୋଟି ରାଜ୍ୟ ପାଣ୍ଠିରୁ ଭରଣା କରାଯିବ ।

ରାଜ୍ୟ ସରକାର “ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା” ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ୫ କିଗ୍ରା ଚାଉଳ ପ୍ରଦାନ କରୁଛନ୍ତି । ଅକ୍ଟୋବର ୨୦୧୮ ଠାରୁ କିଲୋଗ୍ରାମ ପ୍ରତି ଏକ ଟଙ୍କା ଦରରେ ଏହା ବିନା ମୂଲ୍ୟରେ ମିଳୁଛି ।

ଏହି ହିତାଧିକାରୀମାନଙ୍କୁ ରାଜ୍ୟରେ ଚାଲିଥିବା କୋଭିଡ-୧୯ ମହାମାରୀ ସମୟରେ ଗତ ୨୮ ମାସ ମଧ୍ୟରେ ଅତିରିକ୍ତ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଅର୍ନ୍ତଭୁକ୍ତ ପ୍ରତ୍ୟେକ ପରିବାରକୁ ନଗଦ ୧୦୦୦ ଟଙ୍କାର ପ୍ରୋତ୍ସାହନ ଦୁଇଥର ଦିଆଯାଇଥିଲା ।