Home Assembly ଆଇଟି ବିଭାଗରେ ୮ଜଣ ଆଇଟି ଡିଗ୍ରୀଧାରୀ

ଆଇଟି ବିଭାଗରେ ୮ଜଣ ଆଇଟି ଡିଗ୍ରୀଧାରୀ

ଭୁବନେଶ୍ୱର : ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗରେ ମାତ୍ର ୮ଜଣ ଆଇଟି ଡିଗ୍ରୀଧାରୀ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବାବେଳେ ଆଉ ଜଣେ ଆଇଟି ଡିଗ୍ରୀଧାରୀ ଅଧିକାରୀ ଡେପୁଟେସନରେ ଆସିଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଆଇଟି ବିଭାଗ ଏବଂ ଏହା ଅଧିନରେ ଥିବା ଓକାକରେ କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କହିଛନ୍ତି ଯେ ଏହି ବିଭାଗରେ ୨୮ଜଣ ନିୟମିତ ଓ ଜଣେ ଡେପୁଟେସନରେ ଆସିଥିବା ଅଧିକାରୀ ଓ କର୍ମଚାରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ମଧ୍ୟରୁ ୮ଜଣ ହେଉଛନ୍ତି ଆଟି ଡିଗ୍ରୀଧାରୀ । ବିଭାଗର ପ୍ରମୁଖ ସଚିବ ଓ ଡେପୁଟେସନରେ ଆସିଥିବା ସ୍ୱତନ୍ତ୍ର ସଚିବ ବି.ଟେକ୍‍ ଡିଗ୍ରୀଧାରୀ ହୋଇଥିବାବେଳେ ଜଣେ ସେକ୍ସନଅଫିସର ଏମ.ଟେକ୍‍ ଡିଗ୍ରୀଧାରୀ ଏବଂ ଆଉଜଣେ ଏମ୍‍ସିଏ ଡିଗ୍ରୀଧାରୀ ରହିଛନ୍ତି । ତେବେ କାର୍ଯ୍ୟରତ ଆଉ ଦୁଇଜଣ ସେକ୍ସନ ଅଫିସର ଓ ଦୁଇଜଣ ସହକାରୀ ସେକ୍ସନ ଅଫିସର ବି.ଟେକ ଡିଗ୍ରୀଧାରୀ ଅଟନ୍ତି ।

ତେବେ ଆଇଟି ବିଭାଗ ଅଧିନରେ ଥିବା ଓକାକ୍‍ର ଚାରି ମୁଖ୍ୟ ଅଧିକାରୀ ଡେପୁଟେସନରେ ଆସିଛନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପରିଚାଳନା ନିର୍ଦ୍ଦେଶକ, ଓଏସ୍‍ଡି ଏବଂ ପ୍ରଶାସକ ରହିଛନ୍ତି । ତେବେ ଓକାକ୍‍ରେ କାର୍ଯ୍ୟରତ ୨୯ଜଣ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୮ଜଣ ନିୟମିତ କର୍ମଚାରୀ ହୋଇଥିବାବେଳେ ୨୧ଜଣ ଠିକା କର୍ମଚାରୀ ଅଟନ୍ତି । ତେବେ ଏହି ସମସ୍ତ ୨୯ଜଣ କର୍ମଚାରୀ ଆଇଟି ଡିଗ୍ରୀଧାରୀ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)