Home News in Odia ଆଇଆଇଟି ମାଡ୍ରାସ ନେବ ୧୧.୮୯ କୋଟି

ଆଇଆଇଟି ମାଡ୍ରାସ ନେବ ୧୧.୮୯ କୋଟି

ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ପରାମର୍ଶ ଦେବା ସକାଶେ ରାଜ୍ୟ ସରକାର ଆଇଆଇଟି ମାଡ୍ରାସକୁ ତିନି ବର୍ଷରେ ୧୧କୋଟି ୮୯ ଲକ୍ଷ ଟଙ୍କା ପ୍ରଦାନ କରିବେ । ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥା ସରକାରଙ୍କ ଠାରୁ ୩,୮୧,୭୨,୨୧୦ ଟଙ୍କା ନେଇ ସାରିଲାଣି ।

ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ଯୋଜନା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସଡକ ଦୁର୍ଘଟଣା ହ୍ରାସ ନିମେନ୍ତ ସଚେତନନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ନିମନ୍ତେ ପରାମର୍ଶ ଦେବାପାଇଁ ୨୦୨୪ ମସିହାରେ ଆଇଆଇଟି ମାଡ୍ରାସ ସହିତ ତିନିବର୍ଷ ପାଇଁଁ ରାଜିନାମା ସ୍ୱାକ୍ଷର କରିଛନ୍ତି । ଏହି ରାଜିନାମା ଅନୁଯାୟୀ ଆଇଆଇଟି ମାଡ୍ରାସକୁ ସରକାର ମୋଟ୍‍ ୧୧.୮୯ କୋଟି ଟଙ୍କା ଦେବେ । ଏହାଛଡା ଆଇଆଇଟି ମାଡ୍ରାସର ଅଧିକାରୀମାନଙ୍କର ଓଡିଶାରେ ଯାତାୟତ, ରହଣୀ ଖର୍ଚ୍ଚ ଓ ସଡକ ସୁରକ୍ଷା କାର୍ଯ୍ୟକ୍ରମର ଆୟୋଜନ ଖର୍ଚ୍ଚ ଇତ୍ୟାଦି ରାଜ୍ୟ ସରକାର ବହନ କରିବେ ।

ଆଇଆଇଟି ମାଡ୍ରାସକୁ ରାଜ୍ୟ ସରକାର ଇତି ମଦ୍‍ୟରେ ୩କୋଟି ୮୧ଲକ୍ଷ ୭୨ ହଜାର ଟଙକା ପ୍ରଦାନ କରି ସାରିଲେଣି । ସଡକ ଦୁର୍ଘଟଣା ହ୍ରାସ ନିମନ୍ତେ ଆଇଆଇଟି ମାଡ୍ରାସର ପରାମର୍ଶ କ୍ରମେ ନିଆଯାଇଥିବା ପଦକ୍ଷେପଗୁଡିକର ପ୍ରଭାବରେ ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତବର୍ଷ ଜୁଲାଇ ମାସରେ ୧୮ଟି କମ୍‍ ଦୁର୍ଘଟଣା ଘଟିଛି ଏବଂ ୭୬ଜଣ କମ୍‍ ଆହତ ହୋଇଛନ୍ତି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ସଡକ ଦୁର୍ଘଟଣା ସହିତ ତାଳ ଦେଇ ମୃତ ଓ ଆହତ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୪ ମସିହାରେ ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ୧୨ହଜାର ଅତିକ୍ରମ କରିଥିବାବେଳେ ଏôତରେ ୬୧୪୨ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୧୦ହଜାରରୁ ଅଧିକ ଲୋକ ଆହତହୋଇଛନ୍ତି । ସଡକ ଦୁର୍ଘଟଣାରେ ମୃତ୍ୟୁଜନିତ ବୃଦ୍ଧି ହାର ୭ ପ୍ରତିଶତକୁ ଅତିକ୍ରମ କରିଯାଇଛି । ସେହିଭଳି ଦୁର୍ଘଟଣା ଜନିତ ବୃଦ୍ଧି ମଧ୍ୟ ୩.୧୯ ପ୍ରତିଶତ ହୋଇଛି । (ତଥ୍ୟ)