Home News in Odia ଅଳିଆଗାଡି ଛାଡିବନି ସୈନିକ ସ୍କୁଲ ବଞ୍ଚାଅ କମିଟି

ଅଳିଆଗାଡି ଛାଡିବନି ସୈନିକ ସ୍କୁଲ ବଞ୍ଚାଅ କମିଟି

ଭୁବନେଶ୍ୱର : ସୈନିକ ସ୍କୁଲ ସ୍ଥାନାନ୍ତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ ଅଭିଭାବକ ସଙ୍ଘ, ଭି ଏସ ଏସ ନଗର ଉନ୍ନୟନ କମିଟି, ଗlଡ଼କଣ ଗ୍ରାମବାସୀ,ସିଟିଜେନ ଫୋରମ,ସ୍ଥାନୀୟ ବୁଦ୍ଧିଜୀବୀ ଙ୍କୁ ନେଇ  ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଗୁରୁତ୍ୱପୂର୍ଣ ବୈଠକ ରେ ସୈନିକ ସ୍କୁଲ ଭିତରେ ହେଉ କି କୌଣସି ଗେଟରେ ଅଳିଆ ଗଦା ଭିତରକୁ ଅଳିଆ ଗାଡ଼ି ନଛାଡିବାକୁ ନିଷ୍ପତି ନିଆଯାଇଛି l

ପ୍ରଶାସନକୁ ଏକ ଦଶ ଦିନିଆ ଗୋଟିଏ ଡେଡ ଲାଇନ ଦିଆଯିବ, ସେହି ସମୟ ଭିତରେ ଆଲୋଚନା କରି ସୈନିକ ସ୍କୁଲ ସ୍ଥାନାନ୍ତରଣ ନେଇ କୌଣସି ସନ୍ତୋଷ ଜନକ  ଉତ୍ତର ନମିଳିଲେ ଏକ ଧାର୍ଯ୍ୟ ତାରିଖ ଠାରୁ ଏହି ଚରମ ନିଷ୍ପତି ନିଆଯିବ ବୋଲି ନିଷ୍ପତି ହୋଇଛି l ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ ଓଡିଶା ତଥା ଭାରତର ଗର୍ବ ଗୌରବ ଭାବେ ୧୯୬୨ ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ସୈନିକ ସ୍କୁଲ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିବl ଅନେକ ବରିଷ୍ଟ ସେନାଧିକାରୀ,ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ ରାଜନେତା ସୃଷ୍ଟି କରିବାର ଗୌରବ ବହନକରୁଛି l

ବର୍ତମାନ  ରାସ୍ତା ସମ୍ପ୍ରସାରଣ ଆଳରେ ସରକାର ନେଇଥିବା ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତିକୁ ବାତିଲ କରିବାକୁ ପୂର୍ବରୁ   ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ,କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପ୍ରତିରକ୍ଷା ସଚିବ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ  ଦାବୀ କରାଯାଇଛି l ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି l  ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ l ଯୋଗାଯୋଗ ଆବଶ୍ୟକ ନିମିତ୍ତ   ରାସ୍ତା ପାଇଁ ଏଭଳି ଏକ ଗୌରବ ମୟ ଅନୁଷ୍ଠାନ ର ସ୍ଥାନାନ୍ତରଣ କୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି l ଏଥିପାଇଁ ଓଭର ବ୍ରିଜ ଭଳି ବିକଳ୍ପ ପ୍ରସ୍ତାବ ମଧ୍ୟ ନିଆଯାଇପାରିବ  l

ପୂର୍ବରୁ ଡମପିଙ୍ଗ ୟାର୍ଡ଼ ପାଇଁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇ ପାରିନି l ଅଳିଆ ଗଦା ଉଠାଇବା ପରିବର୍ତ୍ତେ ସୈନିକ ସ୍କୁଲ ଭଳି ଗର୍ବ ଗୌରବମୟ ଅନୁଷ୍ଠାନ ଉଠେଇ ନେବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ତେଣୁ ସମସ୍ତ ଅଂଚଳ ବାସୀ ଏହି ନିଷ୍ପତି କୁ ଜୋରଦାର ବିରୋଧ କରିଛନ୍ତି l ସମସ୍ତେ ଏକାଠି ହୋଇ ହଜାର ହଜାର ସଂଖ୍ୟାରେ ବିରୋଧ କରିବl କୁ ଆଜି ବୈଠକ ରେ ସିଦ୍ଧାନ୍ତ ହୋଇଛି l କମିଟି ତିନୋଟି ଦଳରେ ବିଭକ୍ତ ହୋଇ ସୈନିକ ସ୍କୁଲ ମୁଖ୍ୟ  ପ୍ରବେଶ ଦ୍ୱାର, ଦାଶରଜା ମନ୍ଦିର ପ୍ରବେଶ ଦ୍ୱାର ଓ ଧୀରୀକୁଟି ବସ୍ତି ପ୍ରବେଶ ଦ୍ୱାର ପାଖରେ ରହି ସମସ୍ତ ଅଳିଆ ଗାଡ଼ି ପ୍ରବେଶକୁ ବନ୍ଦ କରାଯିବ l

ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ,ଆଚାର୍ଯ୍ୟ ବିହାର, ଭି ଏସ ଏସ ନଗର, ଡମଣା, ବାଣୀବିହାର, ଆଦି ଅଂଚଳର ମୁରବି ଏବଂ ବୁଦ୍ଧିଜୀବୀଙ୍କୁ ସାମିଲ କରିବାକୁ ନିଷ୍ପତି ହୋଇଇଛି l ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ରଶ୍ମି ରଞ୍ଜନ ପରିଡା , ସଂଜୀବ ମହାନ୍ତି, ଦିଲ୍ଲୀପ ଦାସ ଶର୍ମା,ଜୟନ୍ତ ପରିଡା, ଧରଣୀ ରାଉତ,ଅଶୋକ ପାଲଟାସିଂ , ସମୀର ମହାନ୍ତି, ଉମା ବାରିକ, ଚିନ୍ତାମଣି ବାରିକ,ପ୍ରଶାନ୍ତ ସାହୁ, ପ୍ରତାପ ସାହୁ ଗଗନ ପଣ୍ଡା,ଶଙ୍କର୍ଷଣ ବାରିକ,ଚିନ୍ତାମଣି ବାରିକ ଆଦି ବୈଠକରେ ଉପସ୍ଥିତ ଥିଲେ l