Home Finance ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ଜିଏସ୍‍ଟି

ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ଜିଏସ୍‍ଟି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ଭାରତରେ ଅତ୍ୟଧିକ ବିଭାଜିତ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକାଠି କରି ଜିଏସ୍ ଟି ବାଣିଜ୍ୟ ଓ ଶିଳ୍ପ ଉପରେ ଅନୁପାଳନ ବୋଝ ହ୍ରାସ କରିଛି।

ନିକଟରେ ଏକ ଅଗ୍ରଣୀ ପରାମର୍ଶଦାତା ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୯୪ ପ୍ରତିଶତ ଶିଳ୍ପନେତା ଜିଏସଟିକୁ ପରିବର୍ତ୍ତନକୁ ମୁଖ୍ୟତଃ ସକାରାତ୍ମକ ଭାବରେ ଦେଖୁଛନ୍ତି ଏବଂ ୮୦ ପ୍ରତିଶତ ଉତ୍ତରଦାତାଙ୍କ କହିବା ଅନୁଯାୟୀ, ଏହା ଯୋଗାଣ ଶୃଙ୍ଖଳା ନିଶ୍କିତକରଣ ହୋଇଛି। ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ, ଜିଏସଟିର ଟିକସ ଆଧାର ଦୁଇଗୁଣରୁ ଅଧିକ ଏବଂ ଚଳିତ ବର୍ଷ ହାରାହାରି ମାସିକ ମୋଟ ଜିଏସଟି ସଂଗ୍ରହ ପ୍ରାୟ ଦ୍ୱିଗୁଣିତ ହୋଇ ୧.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ରାଜ୍ୟଗୁଡ଼ିକର ବର୍ଦ୍ଧିତ ରାଜସ୍ୱ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ଜିଏସଟି ପରବର୍ତ୍ତୀ ଅବଧିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ସମେତ ରାଜ୍ୟଗୁଡ଼ିକର ଏସଜିଏସଟି ରାଜସ୍ୱ ୧.୨୨% ବୃଦ୍ଧି ପାଇଛି। ଅପରପକ୍ଷରେ ୨୦୧୨-୧୩ରୁ ୨୦୧୫-୧୬ ପର୍ଯ୍ୟନ୍ତ ଜିଏସଟି ପୂର୍ବରୁ ଥିବା ଚାରି ବର୍ଷ ର ଅବଧିରେ ଅନ୍ତର୍ଭୁକ୍ତ ଟିକସରୁ ରାଜ୍ୟ ରାଜସ୍ୱର ଟିକସ ବୃଦ୍ଧି ମାତ୍ର ୦.୭୨ ଥିଲା। ଲଜିଷ୍ଟିକ୍ ଖର୍ଚ୍ଚ ଏବଂ ଟିକସ ହ୍ରାସ ଯୋଗୁଁ ଅଧିକାଂଶ ସାମଗ୍ରୀ ଓ ସେବାର ମୂଲ୍ୟ ହ୍ରାସ ପାଇଥିବାରୁ ସବୁଠାରୁ ଅଧିକ ଲାଭବାନ ହେଉଛନ୍ତି ଗ୍ରାହକ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଜାତୀୟ ଟାଇମ୍ ରିଲିଜ୍ ଅଧ୍ୟୟନକୁ ଉଦ୍ଧୃତ କରି ମନ୍ତ୍ରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ବାଣିଜ୍ୟକୁ ସୁଗମ କରିବା ପାଇଁ ସୀମା ଶୁଳ୍କ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଆମଦାନୀ ମୁକ୍ତ ସମୟ ୪୭ ପ୍ରତିଶତରୁ ୭୧ ଘଣ୍ଟା, ଏୟାର କାର୍ଗୋ କମ୍ପ୍ଲେକ୍ସରେ ୨୮ ପ୍ରତିଶତରୁ ୪୪ ଘଣ୍ଟା ଏବଂ ସମୁଦ୍ର ବନ୍ଦରରେ ୨୭ ପ୍ରତିଶତରୁ ୮୫ ଘଣ୍ଟା ହ୍ରାସ ପାଇଛି। ୨୦୧୯ ପରଠାରୁ ଗତ ୪ ବର୍ଷ ମଧ୍ୟରେ।