ଭୁବନେଶ୍ୱର : ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡଙ୍ଗୀଙ୍କୁ ରାଜ୍ୟ ସରକାର ଅତିରିକ୍ତ ଭାବେ ପୁଲିସ୍ ମହାନିର୍ଦ୍ଦେଶ ଦାୟିତ୍ୱ ପ୍ରଦାନ କରିଛନ୍ତି । ନିୟମିତ ପୁଲିସ୍ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।
ଶ୍ରୀ ଷଡଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୁଲିସ୍ ତାଲିମ କେନ୍ଦ୍ରରେ ସ୍ୱତନ୍ତ୍ର ଡିଜି ପାହ୍ୟାରେ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । ଉଲ୍ଲେଖନୀୟ ଯେ ବର୍ତ୍ତମାନର ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ସମାପ୍ତ ହେଉଛି ।