Home Excise ଇ-ଅବକାରୀକୁ ସ୍କଚ୍‍ ପୁରସ୍କାର

ଇ-ଅବକାରୀକୁ ସ୍କଚ୍‍ ପୁରସ୍କାର

ଭୁବନେଶ୍ୱର : ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ୍‍ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ୍‍ ଅବକାରୀ ବିଭାଗକୁ ‘ଇ-ଅବକାରୀ’ ପାଇଁ ସ୍କଚ୍‍ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଅବକାରୀ ବିଭାଗ ଏବଂ ନେସନାଲ ଇନଫରମେଟିକ୍ସ ସେଣ୍ଟର (ଏନ୍‍ଆଇସି)ର ଅଧିକାରୀମାନେ ଗ୍ରହଣ କରିଛନ୍ତି ।

ପ୍ରକାଶ ଥାଉକି ଓଡିଶା ସରକାରଙ୍କ ୫-ଟି ସୂତ୍ର ଅସୁସାରେ ଅବକାରୀ ବିଭାଗ ଗତ ୨୦୧୯-୨୦ ରୁ ନେସନାଲ ଇନଫର୍ମେଟିକ୍ସ ସେଣ୍ଟର ସହାୟତାରେ ବିଭାଗର ବିଭିନ୍ନ ସେବା ଓ କାର୍ଯ୍ୟକ୍ରମଗୁଡିକୁ ୩୦ରୁ ଅଧିକ ଅନଲାଇନ୍‍ ପରିମାପକ ମାଧ୍ୟମରେ କାର୍ଯ୍ୟକାରୀ କରାଇ ନିରବଚ୍ଛିନ୍ନ ଭାବେ ସମୟୋଜିତ ଅବାଧ ସେବା ପ୍ରଦାନ କରି ଆସୁଛନ୍ତି ।

ଏହାଛଡା ଏହା ଅବକାରୀ ଅପରାଧର ସଠିକ୍‍ ପର୍ଯ୍ୟବେକ୍ଷଣ, ଅବକାରୀ ଚଢାଉକୁ ମଜବୁତ କରିବା, ଅବୈଧ ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ପରିବହନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରିଆସୁଛି ।

ପୁନଶ୍ଚ ଇ-ଅବକାରୀ ଦ୍ୱାରା ଅନଲାଇନ୍‍ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ପ୍ରକାରର ଅବାକରୀ ଦୋକାନଗୁଡିକର ବନ୍ଦୋବସ୍ତ, ଠିକ୍‍ ସମୟରେ ସମସ୍ତ ଲାଇସେନ୍ସ ପ୍ରଦାନ ଏବଂ ନବୀକରଣ, ଶତ ପ୍ରତିଶତ ସରକାରୀ ପ୍ରାପ୍ୟର ଅନଲାଇନ୍‍ ପୈଠ, ବ୍ରାଣ୍ଡ୍‍ / ଲେବୁଲ ପଞ୍ଜିକରଣ ହେବା ସହ ଅବକାରୀ, ଏନଡିପିଏସ୍‍ ମାମଲା ରୁଜୁ ଏବଂ ଆସାମୀ ଗିରଫ ପୂର୍ବ ବର୍ଷ ତୁଳନାରେ ଦୁଇ ଗୁଣ ଅଧିକ ହୋଇ ବିଭାଗକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବାରେ ସହାୟକ ହୋଇଛି ।