Home Excise ଅବକାରୀ ଅଧିକାରୀଙ୍କୁ ଆଇନ୍‍ ତାଲିମ

ଅବକାରୀ ଅଧିକାରୀଙ୍କୁ ଆଇନ୍‍ ତାଲିମ

ଭୁବନେଶ୍ୱର : ଅବକାରୀ ଆଇନ୍‌ର ବିଭିନ୍ନ ଦିଗ ଉପରେ ତଥା ମାନ୍ୟବର ଅଦାଲତଙ୍କ ନିକଟରେ ସାକ୍ଷ୍ୟ ପ୍ରଦାନ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳାକୁ ଆଜି ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ ଉଦାଘଟନ କରିଛନ୍ତି । ଏହି କର୍ମଶାଳାରେ ସମଗ୍ର ଓଡିଶାରୁ ଅବକାରୀ କର୍ମଚାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।

କର୍ମଶାଳାରେ ଶ୍ରୀ ରାକେଶ କୁମାର ପୋଥାଳ ଓ ଶ୍ରୀ ବିଶ୍ୱ ରଞ୍ଜନ ରାଉତ, ସହକାରୀ ଅଭିଯୋଜକ, ଭୂବନେଶ୍ୱର, ଯୋଗଦେଇ ଅନଲାଇନ୍ ମାଧ୍ୟମରେ ଅବକାରୀ ଆଇନ୍‌ର ବିଭିନ୍ନ ଦିଗ ଉପରେ ତଥା ମାନ୍ୟବର ଅଦାଲତରେ ସାକ୍ଷ୍ୟ ପ୍ରଦାନ ଉପରେ ଆଲୋଚନା କରିଥିଲେ । ଏଥିସହିତ ଆଇନ୍ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ଉପରେ ତର୍ଜମା କରିଥିଲେ ଓ ଅବକାରୀ କର୍ମଚାରୀମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।

ଏହି କର୍ମଶାଳାକୁ ଅବକାରୀ କମିଶନର ଶ୍ରୀ ରାମଚନ୍ଦ୍ର ମିଶ୍ର ସଂଯୋଜନା କରିଥିଲେ । ଉପ କମିଶନର ଶ୍ରୀ ରଜତ କୁମାର ପ୍ରହରାଜ ଓ ଶ୍ରୀ ଡମ୍ବରୁଧର ଖଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ । ଅବକାରୀ ମାମଲାରେ ଅଧିକରୁ ଅଧିକ ଭାବେ ଦୋଷୀଙ୍କୁ କିଭଳି ଦଣ୍ଡ ଦିଆଯାଇ ପାରିବ ସେଥିପାଇଁ ନିୟମିତ ଭାବେ ଏଭଳି ତାଲିମ ଶିବିରର ଆୟୋଜନ ହେଉଥିବାବେଳେ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ଜଣାଯାଇଛି ।