Home News in Odia ଅଫିସରଙ୍କ ତାଲିକା ପ୍ରସ୍ତୁତ ହେଉଛି

ଅଫିସରଙ୍କ ତାଲିକା ପ୍ରସ୍ତୁତ ହେଉଛି

ଭୁବନେଶ୍ୱର : ଓଡ଼ିଶାର ଶାସନ ବ୍ୟବସ୍ଥା ସରକାରୀ ଅଫିସର ମାନଙ୍କ ହାତକୁ ଟେକି ଦେଇଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର । ଖୁଲମଖୁଲା ଶାସକ ବିଜୁଜନତା ଦଳ ପାଇଁ କାର୍ଯ୍ୟ କରୁଛନ୍ତି କିଛି ମୁଷ୍ଟିମେୟ ଅଫିସର ।

କଂଗ୍ରେସ ଦଳ ଏହି ଅଫିସରଙ୍କ ଉପରେ ନଜର ରଖିଛି ଏବଂ ସେମାନଙ୍କର କାର୍ଯ୍ୟକୁ ନିରୀକ୍ଷଣ କରୁଛି । ଏହି ମୁଷ୍ଟିମେୟ ଆଇଏଏସ, ଓଏଏସ ମାନେ ସରକାରୀ ଦଳ ପାଇଁ ଚାନ୍ଦା ଆଦାୟ କରୁଛନ୍ତି, ପୋଲିସ୍ ଅଫିସରମାନେ ବିରୋଧିଦଳର ନେତାମାନଙ୍କ ସ୍ୱରକୁ ଦମନ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେମାନେ ସରକାରୀ ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ । ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ କଠିନ ପରିଶ୍ରମ କରି କୃତକାର୍ଯ୍ୟ ହୋଇ ଆଜି ଏହି ସ୍ଥାନରେ ବସିଛନ୍ତି ।

ଯଦି ସେମାନେ ତାଙ୍କର କାର୍ଯ୍ୟକୁ ନିରପେକ୍ଷ ଭାବେ ତୁଲାଇବେ ନାହିଁ ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପତନ ଘଟିବ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ । ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଯେଉଁପରି ଭାବେ ଗଣତନ୍ତ୍ରକୁ ହତ୍ୟାକରି ଅଗଣତାନ୍ତ୍ରିକ ପଦ୍ଧତିରେ ବିଜେପିର ମେୟର ନିର୍ବାଚିତ କରାଗଲା ପରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତିରେ ପରେ ଉକ୍ତ ସରକାରୀ ଅଫିସରଙ୍କୁ ଛାଟ ପଡ଼ିଲା ଏବଂ ଇଣ୍ଡିଆ ମେଂଟର ମେୟର ପାର୍ଥୀ ବିଜୟୀ ହେଲେ । ଏହା ଗଣତନ୍ତ୍ରକୁ ସୁରକ୍ଷିତ କରୁଛି ।

ଏହି ଉଦାହରଣ ଓଡ଼ିଶାରେ କାର୍ଯ୍ୟ କରୁଥିବା କିଛି ମୁଷ୍ଟିମେୟ ସରକାରୀ ଅଫିସର ମାନଙ୍କୁ ନିରୀକ୍ଷଣ କରିବାକୁ ପଡ଼ିବ । ଏହିମାନଙ୍କ ଉପରେ ମାନ୍ୟବର କୋର୍ଟ ଅଛି ସେମାନଙ୍କୁ ଜବାବ ମଧ୍ୟ ଠିକଣା ସମୟରେ ମିଳିବ ।

ପ୍ରଥମେ ଏହି ଅଫିସରମାନେ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ନିୟମାବଳୀକୁ ପଢ଼ନ୍ତୁ ଏବଂ କିପରି ନିରପେକ୍ଷ ଭାବେ କାର୍ଯ୍ୟ କରିବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ଯଦି ଆଗକୁ ବିଜୁ ଜନତା ଦଳର କର୍ମୀ ପରି କାର୍ଯ୍ୟ କରିବେ ତେବେ କଂଗ୍ରେସ ଦଳ ଚୁପ ବସିବ ନାହିଁ ରାଜ୍ୟ ଏମାନଙ୍କ ବିରୁୂଧ୍‌ରେ ରାଜରାସ୍ତାକୁ ଓଲ୍ଲାଇବ ଏବଂ ନିର୍ବାଚନ ଆଚାର ସଂହିତା ଲାଗୁ ହେଲା ପରେ ନିର୍ବାଚନ କମିଶନରଙ୍କରେ ଦ୍ୱାରସ୍ଥ ହେବ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଆବାହକ ଅଭିଷେକ ମହାନନ୍ଦ, ପିସିସି ମୁଖପାତ୍ର ଡ. ହମିଦ୍ ହୁସେନ୍ ଓ ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ ।