Home General ଅପରେସନ ପରେ ନବୀନ ସୁସ୍ଥ

ଅପରେସନ ପରେ ନବୀନ ସୁସ୍ଥ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆଜି ମୁମ୍ବାଇ ସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ନବୀନଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କର ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା। ସେ କହିଛନ୍ତି, ନବୀନଙ୍କ ସର୍ଭାଇକାଲ ଆର୍ଥାରାଇଟ୍ସର ଅସ୍ତ୍ରୋପଚାର ହୋଇଛି। ତାଙ୍କୁ ଦୁଇ ଦିନ ପାଇଁ ଅବଜରଭେସନରେ ରଖାଯିବ ତାପରେ ସେ ରୁମକୁ ଆସିବେ ।

ହସ୍ପିଟାଲର ମେରୁଦଣ୍ଡ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ତାଙ୍କ ଅପରେସନ କରିଛନ୍ତି। ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ଥିଏଟରରେ ଉପସ୍ଥିତ ଥିଲେ। ଅପରେସନ ପରେ ନବୀନ ଭଲ ଭାବେ କଥା ହୋଇ ପାରୁଛନ୍ତି। ଅପରେସନ ପରେ ସେ ପଚାରିଲେ ସବୁ ଠିକ ଥିଲା ତ, ସବୁ ଠିକ ହୋଇଥିବା ଆମେ କହିଥିଲୁ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ସେ କହିଛନ୍ତି ଯେ, ବୟସ ବଢିଲେ ସର୍ଭିକାଲ ଆଥ୍ରାଇଟିସ ହୁଏ। ଏଥିପାଇଁ ତାଙ୍କୁ କଷ୍ଟ ହେଉଥିଲା। ଅପରେସନରେ ସ୍କୃ ଦେଇ ଫିସ୍କ କରାଗଲା, ଆଉ କଷ୍ଟ ହେବନି। ୫ ରୁ ୭ ଦିନ ପରେ ଷ୍ଟିଚ ଖୋଲାଯିବ।

ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା କାମନା କରିଥିଲେ।

ନବୀନ ଆହୁରି ଲେଖିଥିଲେ, ସେ ଶୀଘ୍ର ସୁସ୍ଥ ହୋଇ ଫେରି ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ଏହି ପୋଷ୍ଟ ମାଧ୍ୟମରେ ସେ ନିଜର ସ୍ୱାସ୍ଥ୍ୟଗତ ଅବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଖବର ଓଡ଼ିଶାରେ ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଅନେକ ସମର୍ଥକ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ନବୀନଙ୍କ ଅସ୍ତ୍ରୋପଚାର ପୂର୍ବରୁ ଆଜି ମା ବିରଜାଙ୍କ ପାଖରେ ଚଣ୍ଡିପାଠ କରାଯାଇଥିବା ବେଳେ ହିଂଜିଳିରେ ୧୦୮ ହନୁମାନ ଚାଳିଶା ପଢାଯାଇଥିଲା। ସେହିପରି ଶ୍ରୀଲଙ୍ଗରାଜଙ୍କ ପାଖରେ ତାଙ୍କ ଅନୁଗାମୀମାନେ ଅଖଣ୍ଡ ଦୀପ ମଧ୍ୟ ବସାଇଥିଲେ ।