Home Culture ଅନୁକୂଳ ଚଂଦ୍ରଙ୍କ ଭାବଧାରା ପ୍ରଚାର ପାଇଁ ଆଲୋଚନା

ଅନୁକୂଳ ଚଂଦ୍ରଙ୍କ ଭାବଧାରା ପ୍ରଚାର ପାଇଁ ଆଲୋଚନା

ପୁନେ : ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ନିର୍ମାଣାଧୀନ ସତସଙ୍ଗ ମନ୍ଦିର ପରିସର ରେ ଏକ ସାପ୍ତାହିକ ସତସଙ୍ଗ ଆୟୋଜିତ ହୋଇ , ସମାଜ ରେ ଶାନ୍ତି ପ୍ରତିଷ୍ଠା ପାଇଁ,ଯୁବକ ,ଯୁବତୀ ଏବଂ ମାଆ ମାନଙ୍କୁ ଏଥିରେ ସାମିଲ କରି  ବିଭିନ୍ନ କାମରେ ବ୍ୟାପ୍ତ କରିବା ପାଇଁ ଆଲୋଚନା ହୋଇଥିଲା ।

ଶ୍ରୀ ଶ୍ରୀ ଠାକୁର ଙ୍କ ନିର୍ଦ୍ଦେଶ କୁ ଏବଂ ତାଙ୍କ ଭାବ ଧାରାକୁ ଆଗେଇ ନେବାକୁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ନିର୍ଦେଶ ମୁତାବକ ମହାରାଷ୍ଟ୍ର ରାଜ୍ୟରେ ଏହାକୁ ଦିକ୍ଷା ପତ୍ର କାର୍ଯ ମଧ୍ୟରେ ଆଗେଇ ନେବାକୁ  ପ୍ରତି ଘରେ ଘରେ ପହଞ୍ଚିବା ପାଇଁ ଆଲୋଚିତ ହୋଇଥିଲା।

ମା ମାନେ ମାତୃ ସମ୍ମିଳନୀ ମାଧ୍ୟମରେ , ପ୍ରତି ଘରେ ଘରେ ଯାଇ ଶ୍ରୀ ଶ୍ରୀ ଠାକୁର ଙ୍କ ଆସନ, ଏବଂ ସଦାଚାର ପାଳନ, ଇଷ୍ଟ ବୃତ୍ତି,ଉପରେ ଗୁରୁତ୍ବ ଦେଉଥିଲେ।

ପୁନେ ଶ୍ରୀମନ୍ଦିର ନିର୍ମାଣ କାମକୁ ସମସ୍ତେ ଏକତ୍ରିତ ହୋଇ ସ୍ଵତଃ ଭାବେ ମୁକ୍ତ ହସ୍ତରେ ଅର୍ଘ୍ୟ ଦାନ କରି ଲାଗି ରହି ମନ୍ଦିର ନିର୍ମାଣ କାମରେ ଲାଗି ରହିବାକୁ ଯୁବକ ମାନେ ନିବେଦନ କରିଥିଲେ।

ମହାରାଷ୍ଟ୍ର ରାଜ୍ୟ ସତସଙ୍ଗ ଉତ୍ସବ, ନାଭି ମୁମ୍ବାଇ ରେ ପୂର୍ବ ବର୍ଷ ପରି 10.12,2023 ତାରିଖ ରେ ପାଳନ କରାଯିବା ସ୍ଥିର ହୋଇଥିବାରୁ, ଏହାକୁ ସୂଚାରୁ ରୂପେ ପାଳନ ପାଇଁ ଆଲୋଚନା ହୋଇଥିଲା

ଛୋଟ ଛୋଟ ପିଲମାନଙ୍କୁ ନେଇ ସୁନ୍ଦର ଭଜନ, ଯୁବକ ମାନଙ୍କ ଦ୍ଵାରା ମରାଠି କୀର୍ତ୍ତନ, ଏବଂ ଜାଜନ୍ ପରିବେଷଣ କରାଯାଇ ସମସ୍ତେ ଆନନ୍ଦ ଉପଭୋଗ କରି ପ୍ରସାଦ ଗ୍ରହଣ କରିଥିଲେ।

ସତସଙ୍ଗ ବିହର ର ପରିଚାଳକ ଶ୍ରୀ  ଡ୍ରିତେଶ ପ୍ରକାଶ ସାନା ସହ  ପ୍ରତି ରିତ୍ୱିକ, ଏହି ଆଲୋଚନା ଚକ୍ର କୁ ଦିନ ସାରା ପରିଚାଳନା କରିଥିଲେ। ବନ୍ଦେ ପୁରୁଷୋତ୍ତମ ଧ୍ଵନି ଦେଈ ସତସଙ୍ଗ ସମାପ୍ତ ହୋଇଥିଲା