Home News in Odia ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ଭୁବନେଶ୍ୱର : ଆଇନ ଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ନେଇ ଆସିବ ଅନାସ୍ଥା ପ୍ରସ୍ତାବ। ସ୍ୱଳ୍ପ କାଳୀନ ଅଧିବେଶନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ହୋଇଛି।

ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ନାରୀ ଧର୍ଷଣ, ନାରୀ ହତ୍ୟା, ବଳଙ୍ଗା, ବାଲେଶ୍ୱର, ଗୋପାଳପୁର, ବ୍ରହ୍ମଗିରୀ ଗଣଦୁଷ୍କର୍ମ ଏବଂ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ଶବ କେଉଁଝର ଜଙ୍ଗଲ ରୁ ମିଳିବା। ଆଜି ଡିସିପି ଅଫିସ ର ଜଣଙ୍କୁ ଗିରଫ କରିବା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାକୁ ଆମେ ନିଦା କରୁଛୁ।

ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଅଛନ୍ତି। କଂଗ୍ରେସ ବାରମ୍ବାର ନିନ୍ଦା କରୁଛି ହେଲେ ସରକାର ଙ୍କ ସିରିୟସ ନେସ ଜଣାପଡ଼ିନାହଁ। ମୁଖ୍ୟମନ୍ତ୍ରୀଓ ପୋଲିସ କମିଶନର ଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠୁଛି। ସାର ଦୁଇ ଗୁଣ ଅଧିକ ଦାମ ରେ ଚାଷୀ କିଣୁଛନ୍ତି। ଆମଦାନୀ ଉପରେ ପ୍ରଭାବ ପଡିବ। ରାଜ୍ୟ ସରକାର କଳା ବଜାରୀ ମାନଙ୍କୁ ପ୍ରତ୍ସାହନ ଦେଇ ଆସୁଛନ୍ତି। ଧାନ କଟଣୀ ଛଟଣୀ ପାଇଁ ଚାଷୀ ଭାରାକ୍ରାନ୍ତ ହେଉଛି।

ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଅବହେଳା ଏବଂ ଛାତ୍ର ସାଂସଦ ନିର୍ବାଚନ ଘୋଷଣା ନ କରିବା ମଧ୍ୟ ଏକ ବଡ଼ ମୁଦ୍ଦା। ପିଇବା ପାଣି ପାଇଁ ହଇଜା ହେଇଥିବା ହେଲେ ତାର ସମାଧାନ ପାଇଁ ସରକାର ଚିନ୍ତା କରିନାହାନ୍ତି।

ରାଜ୍ୟରେ ଶିଳ୍ପ ନାଁ ରେ ବିସ୍ଥାପନ ବଢୁଛି। ରାଜ୍ୟରେ ଅନେକ ସମସ୍ୟା ରହିଛି। ଆଇନ ଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହେବ। କଂଗ୍ରେସ ନିଷ୍ପତି ନେଇଛି ବିଧାନସଭା ରେ ଅନାସ୍ଥା ପ୍ରସ୍ତାବ ଆସିବ।