Home Administration ଅନଲାଇନ ପେନସନ ଆବେଦନ ବାଧ୍ୟତାମୂଳକ

ଅନଲାଇନ ପେନସନ ଆବେଦନ ବାଧ୍ୟତାମୂଳକ

ଭୁବନେଶ୍ୱର : ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ୟ ଅର୍ଥ ଭିଭାଗ ମିଳିତ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ବିତ୍ତୀୟ ପରାମର୍ଶଦାତା ଓ ଅତିରିକ୍ତ ପରାମର୍ଶଦାତାମାନଙ୍କର ଦୁଇ ଦିନିଆ ବିତ୍ତୀୟ କର୍ମଶାଳା ଆଜି ଉଦଯାପିତ ହୋଇ ଯାଇଅଛି l

ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହରେ ପ୍ରଧାନ ମହାଲେଖାକାର ଅଡିଟ ଶ୍ରୀ ରାଜକୁମାର, ମୁଖ୍ୟ ଅତିଥି,ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l  ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଶ୍ରୀରାଜ ଅଶୋକ ସ୍ୱାଗତ ଭାଷଣ ଦେବା ଅବସରରେ ରାଜ୍ୟ ସରକାରଙ୍କ ବିତ୍ତୀୟ ପରାମର୍ଶଦାତାମାନେ ସମ୍ମୁଖୀନ ହେଉଥିବା ବିତ୍ତୀୟ ସମସ୍ୟାର ସମାଧାନ ଉପରେ ଆଲୋକପାତ କରିଥିଲେ l

ମୁଖ୍ୟ ଅତିଥିଭାବେ ଶ୍ରୀ ରାଜ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବଜେଟରେ ଅନୁମୋଦିତ ଅର୍ଥଠାରୁ ଅଧିକ ଖର୍ଚ୍ଚ କରିଥିବା ବିଲ୍ ସବୁର ହିସାବ ବହୁ ଦିନ ଧରି ଦେଉ ନାହାନ୍ତି l ସେମାନେ ତୁରନ୍ତ ଏହା ଏ. ଜି କାର୍ଯ୍ୟାଳୟରେ ପୈଠ କରିବାକୁ ଅର୍ଥ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ l

ପ୍ରଧାନ ମହାଲେଖାକାର ଶ୍ରୀ ବେହେରା  ମହାଲେଖାକାର କାର୍ଯ୍ୟାଳୟକୁ ଆସୁଥିବା ପେନସନ ଓ ଭବିଷ୍ୟନିଧି ଆବେଦନ ଉପରେ ମାସେ ମଧ୍ୟରେ ତୁରନ୍ତ ଫଇସଲା କରାଯାଉଛି ବୋଲି କହିଥିଲେ l କିଛି ବିଭାଗର ଅଧିକାରୀ ବକୈୟା ପରିଶୋଧ ପ୍ରମାଣପତ୍ର ଠିକ ସମୟରେ ପ୍ରଦାନ କରୁ ନ ଥିବାରୁ ବହୁତ ଆବେଦନକାରୀଙ୍କ ଗ୍ରାଚୁଇଟି ଅର୍ଥ ଠିକ ସମୟରେ ପ୍ରଦାନ କରାଯାଇ ପାରୁନାହିଁ l ଏହା ଉପରେ ଦୃଷ୍ଟି ଦେବାକୁ ସେ ବିତ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯାହାଫଳରେ ସେମାନେ ଠିକ ସମୟରେ ପେନସନରମାନେ ଠିକ ସମୟରେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରିବେ ବୋଲି କହିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ନିର୍ଦେଶକ ଶ୍ରୀଧର୍ଥ ଦାସ, ରାଜ୍ୟ ଅର୍ଥ ବିଭାଗର ବଜେଟ ନିର୍ଦେଶକ ଏସ. ପି ରଥ, ଯୁଗ୍ମ ଶାସନ ସଚିବ ନିହାର ରଞ୍ଜନ ପଣ୍ଡା, ବରଷ୍ଟ ଲେଖା ଆଧିକାରୀ ପ୍ରବୀର କୁମାର ସାମଲ, ଚିତ୍ତରଞ୍ଜନ ପାତ୍ର, କୃଷ୍ଣ ଚନ୍ଦ୍ର ସାହୁ, କର୍ମଶାଳାରେ ବଜେଟ, ଅନ ଲାଇନ ମାଧ୍ୟମରେ ଏକାଉଣ୍ଟସ, ବିଲ୍ ପ୍ରସ୍ତୁତି ଓ ଏଥିରେ ଉପୁଜିଥିବା ସମସ୍ୟାର ସମାଧାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଦ୍ୱିତୀୟ ଦିନରେ ଭବିଷ୍ୟନିଧି ଓ ପେନସନ ସମ୍ବନ୍ଧୀୟ ବିଷୟ ଉପରେ ବରିଷ୍ଠ ଲେଖା ଅଧିକାରୀ ସରୋଜ କୁମାର ବେହେରା, ନିରଞ୍ଜନ ସେନାପତି, ବୃନ୍ଦାବନ ବେହେରା,ସହକାରୀ ଲେଖା ଅଧିକାରୀ କୈଳାଶ ଚନ୍ଦ୍ର ପଣ୍ଡା,  ବିମାନ ରଞ୍ଜନ ପଣ୍ଡିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l

ଉଦଯାପନୀ ଉତ୍ସବରେ ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ବଜେଟ ନିର୍ଦେଶକ ଶ୍ରୀ ଏସ. ପି  ରଥ ଭର୍ଚ୍ଚୱାଲ ମାଧ୍ୟମରେ ଓ ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ଶ. ଅରୁଣା, ପି. ଅଶୋକାନ ଉପସ୍ଥିତ ଥିଲେ l ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ଆସନ୍ତା ଅକ୍ଟୋବାର ପହିଲା ଠାରୁ ପେନସନ ଓ ଭବିଷ୍ୟନିଧି ଆବେଦନ ଅନ ଲାଇନ ମାଧ୍ୟମରେ ଗ୍ରହଣ କରାଯିବ l ସେପ୍ଟେମ୍ବର 15 ତାରିଖ ସୁଦ୍ଧା କର୍ମଚାରୀ ମାନଙ୍କର ଇ- ସେବାପୁସ୍ତିକା ପ୍ରସ୍ତୁତ କରିବାକୁ ବିଭିନ୍ନ ବିଭାଗର ପେନସନ ମଂଜୁର କର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ l

ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅଡିଟର ମାନେ ଏଣିକି କେବଳ ଅଡିଟ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ l ପ୍ରଧାନ ମହାଲେଖାକାର ଶ୍ରୀ ବେହେରା  ବଜେଟ ସମ୍ବନ୍ଧୀୟ ଖର୍ଚ୍ଚର ହିସାବ ଠିକ ସମୟରେ ଏ.ଜି କାର୍ଯ୍ୟାଳୟରେ ପହଞ୍ଚିଵା ପାଇଁ ପଦକ୍ଷେପ ନେବାକୁ ବିତ୍ତୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ଯୁଗ୍ମ ଶାସନ ସଚିବ ଶ୍ରୀ ନିହାର ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକର୍ମକୁ ସହକାରୀ ଲେଖା ଅଧିକାରୀ ଅଶୋକ କୁମାର ମିଶ୍ର ସଂଯୋଜନା କରଥିଲେ l ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର 66 ଜଣ ବିତ୍ତୀୟ ପରାମର୍ଶଦାତା ଯୋଗ ଦେଇଥିଲେ l