Home News in Odia ଅତିଭୀଷଣ ବାତ୍ୟା ରେ ପରିଣତ ହେଲା ମୋକା

ଅତିଭୀଷଣ ବାତ୍ୟା ରେ ପରିଣତ ହେଲା ମୋକା

ଭୁବନେଶ୍ୱର : ବାତ୍ୟା ମୋକା ଆଜି ସକାଳ ୫.୩୦ ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ 6ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯କିମି ହାରରେ ଉତ୍ତରଆଡକୁ ଗତିକରୁଛି ତଥା ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ   ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୨୦ କିମି , ବଙ୍ଗଳଦେଶ ର କକ୍ସ ବଜ଼ାର ଠାରୁ   ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାର ର ସ୍ୱଇଟେ ଠାରୁ ସମାନ ଦିଗରେ ୯୩୦ କିମି ଦୂରରେ ସକ୍ରିୟ ରହିଛି l

ଏହା ଧୀରେଧୀରେ ଗତିର ଦିଗ ପରିବର୍ତ୍ତନ କରି ଉତ୍ତରଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l ଏହା ଏକ ଅତି ଭୀଷଣ ବାତ୍ୟା ଭାବେ ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବଙ୍ଗଳଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବଙ୍ଗଳଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାର ର ସ୍ୱଇଟେ ନିକଟରେ ସ୍ଥାୟୀ ପବନ ଘଣ୍ଟାପ୍ରତି ୧୫୦ ରୁ ୧୬୦ ସର୍ବାଧିକ ୧୭୫କିମି ସହ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି l