ଭୁବନେଶ୍ୱର : ରାଜ୍ୟରେ ଅଣଧାନ ବିନହର ବିକ୍ରି ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ନଗଣ୍ୟ । ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି ।
ବିଧାୟକ ନବ ଚରଣ ମାଝି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଖରିଫ ଋତୁରେ ୨୩,୪୫୬କୁଇଣ୍ଟାଲ ଅଣଧାନ ବିହନ ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବିକ୍ରି ହୋଇଛି ୧୦୨୭ କୁଇଣ୍ଟାଲ । ସେହିଭଳି ରବି ଋତୁରେ ୮୮,୩୩୦ ଅଣଧାନ ବିହନ ବିକ୍ରିର ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ଅଢେଇ କୁଇଣ୍ଟାଲରୁ କମ୍ ଚିନାବାଦାମ ବିକ୍ରିହୋଇଛି ।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଚଳିତ ବର୍ଷ ଖରିଫ ଋତୁରେ ୪ଲକ୍ଷ କୁଇଣ୍ଟାଲ ଧାନ ବିହନ ବିକ୍ରିର ଲକ୍ଷ୍ୟ ଥିବାବେଳେ ବିକ୍ରି ହୋଇଛି ୨,୩୧,୪୨୧ କୁଇଣ୍ଟାଲ । ସେହଭଳି ରବି ଋତୁରେ ୪୧,୨୫୪ କୁଇଣ୍ଟାଲ ଧାନ ବିହନ ବିକ୍ରିର ଲକ୍ଷ୍ୟ ଥିବାବେଳେ ଏବେ ସୁଦ୍ଧା ମାତ୍ର ୬୬.୪୦ କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଛି । (ତଥ୍ୟ)