Home News in Odia ଅଟକିଲା ଜନଆକ୍ରୋଶ ସମାବେଶ

ଅଟକିଲା ଜନଆକ୍ରୋଶ ସମାବେଶ

ଭୁବନେଶ୍ୱର : ଛତିଶଗଡରେ କଂଗ୍ରେସ ନେତାଙ୍କ ପ୍ରଚାର ଦାୟିତ୍ୱ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଲୋକମାରଣ ନୀତି ବିରୁଦ୍ଧରେ ରାଜ୍ୟର ଅଣବିଜେପି ଓ ଅଣ ବିଜେଡ଼ି ଦଳ ମାନଙ୍କ ପକ୍ଷରୁ ନଭେମ୍ବର ୮ ରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ ରେ ବାଲେଶ୍ୱର ଠାରେ ହେବାକୁ ଥିବା ମିଳିତ ଜନଆକ୍ରୋଶ ସମାବେଶକୁ ସାମୟୀକ ସ୍ଥଗିତ ରଖାଯାଇଛି ।

ସଂଯୋଜନା କମିଟିର ଅଧ୍ୟକ୍ଷ ତଥା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ବୋଲି ମିଳିତ ବିରୋଧି ଏକତା ମେଂଟର ସଂଯୋଜକ ତଥା ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

ପଡ଼ୋଶୀ ଛତିଶଗଡ଼ ନିର୍ବାଚନ ପ୍ର୍ରଚାରରେ ମିଳିତ ବିରୋଧି ମେଂଟର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ପ୍ରମୁଖ ଦାୟୀତ୍ୱ ଦିଆଯାଇଥିବା ଯୋଗୁଁ, କୋରାପୁଟର ସାଂସଦ ଓ ରାୟଗଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତାମାନେ ଛତିଶଗଡ଼ର ଦଳୀୟ ପ୍ରଚାର ଦାୟୀତ୍ୱରେ ରହିଥିବା ଯୋଗୁଁ ଏବଂ ମେଂଟରେ ଥିବା ଅନ୍ୟ କେତକ ରାଜନୈତିକ ଦଳର ଅନିବାର୍ଯ୍ୟ ରାଜନୈତିକ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କାରଣରୁ ରାୟଗଡ଼ା ଓ ବାଲେଶ୍ୱର ଜନଆକ୍ରୋଶ ସମାବେଶକୁ ନଭେମ୍ବର ୧୭ ତାରିଖ ପରକୁ ଘୁଂଚାଇ ଦିଆଯାଇଛି ।

ଦଳ ଗୁଡ଼ିକର ନେତୃମଣ୍ଡଳୀ ଏକ ବୈଠକରେ ମିଳିତ ହୋଇ ଜନଆକ୍ରୋଶ ସମାବେଶର ତାରିଖ ଚୂଡ଼ାନ୍ତ କରିବେ । ଏହି ତାରିଖ ପରିବର୍ତନକୁ ସହୃଦୟତାର ସହ ଗ୍ରହଣ କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।