Home Culture ଅକ୍ଷରଭୂମି ଲୋକାର୍ପିତ

ଅକ୍ଷରଭୂମି ଲୋକାର୍ପିତ

ଭୁବନେଶ୍ୱର : ଫେବୃୟାରୀ ୩ ରୁ  ତିନି ଦିନ ଧରି  ଅନୁଷ୍ଠିତ ହେଉଥିବା ପ୍ରଥମ  ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ନିମନ୍ତେ  ଭୁବନେଶ୍ଵରର କଳାମଣ୍ଡଳ ପରିସରରେ  ନିର୍ମିତ  ହୋଇଛି ଅକ୍ଷରଭୂମି । ଆଜି  ସନ୍ଧ୍ୟାରେ  ଏକ  ବର୍ଣ୍ଣାଢ୍ୟ  ପରିବେଶରେ  ମୁଖ୍ୟମନ୍ତ୍ରୀ ନବୀନ  ପଟନାୟକ ଅକ୍ଷର  ଭୂମିର  ଲୋକାର୍ପଣ  କରିଛନ୍ତି ।

ଖାଣ୍ଡେଲାଇଟ  ପଥରରେ  କଳିଙ୍ଗ ଶୈଳୀରେ   ଓଡ଼ିଶାର  କଳା  ଓ  ଭାସ୍କର୍ଯ୍ଯ ର  ଅପୂର୍ବ  ନିଦର୍ଶନ    ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । ଓଡ଼ିଆ  ବର୍ଣ୍ଣମାଳା ରେ  ସୁଶୋଭିତ  ଅକ୍ଷର  ଭୂମି,  ଆମ    ଭାଷା  ପ୍ରୀତି କୁ  ଉଜ୍ଜୀବିତ  କରି   ରଖିବା  ସହ   ଆମ  ଭାଷା  ସଂସ୍କୃତି  କଳା  ଓ ସ୍ଥାପତ୍ୟ ର  ଜୟ  ଗାନ  କରି ଚାଲିବ ବୋଲି  ମୁଖ୍ୟମନ୍ତ୍ରୀ  କହିଛନ୍ତି ।

ଆମର  ମହାନ୍  ଐତିହ୍ୟ ଓ  ଶାସ୍ତ୍ରୀୟ  ଓଡ଼ିଆ  ଭାଷାର  ଗୌରବ  ବିଷୟ ରେ  ଅକ୍ଷର  ଭୂମି ଭବିଷ୍ୟତ  ପୀଢି କୁ  ପ୍ରେରଣା   ଦେଇଚାଲିବ  ବୋଲି  ମୁଖ୍ୟମନ୍ତ୍ରୀ ଆଶା  ବ୍ୟକ୍ତ  କରିଥିଲେ । ସୂଚନା  ଯୋଗ୍ୟ  ଯେ ୫-ଟି ଅଧ୍ୟକ୍ଷ  ଭି  କାର୍ତ୍ତିକ ପାଣ୍ଡିଆନ୍  ନିୟମିତ  କଳାମଣ୍ଡଳ  ଯାଇ  ଅକ୍ଷର ଭୂମି  ନିର୍ମାଣ  କାର୍ଯ୍ୟ  ତଦାରଖ  କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଇଡକୋ ଜରିଆରେ ସମ୍ପାଦିତ ହୋଇଛି।

ଲୋକାର୍ପଣ   ଉତ୍ସବରେ  ସଂସ୍କୃତି  ମନ୍ତ୍ରୀ   ଅଶ୍ଵିନୀ  ପାତ୍ର,   ବିଧାୟକ  ଅନନ୍ତ ନାରାୟଣ  ଜେନା,   ବିଧାୟକ  ସୁଶାନ୍ତ  ରାଉତ     ବିଏମସି ମେୟର  ସୁଲୋଚନା  ଦାସ,  ସିଏମଓର  ମୂଖ୍ୟ  ଉପଦେଷ୍ଟା  ଆର  ବାଲାକ୍ରିଷ୍ଣନ, ମୁଖ୍ୟ  ଶାସନ ସଚିବ  ପ୍ରଦୀପ  ଜେନା  ଉନ୍ନୟନ  କମିଶନର  ଅନୁ  ଗର୍ଗ, ଲୋକସମ୍ପର୍କ  ବିଭାଗ  ପ୍ରମୂଖ  ସଚିବ ସଞ୍ଜୟ  ସିଂହ  ଓ  ସଂସ୍କୃତି  ସଚିବ  ସୁଜାତା  ରାଉତ  କାର୍ତ୍ତିକେୟନ  ପ୍ରମୁଖ  ଉପସ୍ଥିତ  ଥିଲେ ।