Home General ୯ରୁ ଝଡ ବର୍ଷା ସମ୍ଭାବନା

୯ରୁ ଝଡ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମା ଝଡର ପ୍ରଭାବରେ ଫେବୃଆରୀ ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ଝଡ, ବଜ୍ରପାତ ଓ କୁଆପଥର ବୃଷ୍ଟି ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ରାଜ୍ୟର ଉପକୂଳବର୍ତୀ ଅଂଚଳରେ ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ସୋମବାର ଠାରୁ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ବର୍ଷା ଏବଂ ଝଡ ହେବା ଯୋଗୁଁ ରାତିର ତାପମାତ୍ରା କେତେକ ସ୍ଥାନରେ କମିବାର ସମ୍ଭାବନା ରହିଛି ।