Home General ୭ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା

୭ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡିଶାର ବିଭିନ୍ନ ଅଞ୍ଚଳରେ ଜାନୁୟାରୀ ୭ରୁ୧୪ ମଧ୍ୟରେ ସାମାନ୍ୟରୁ ପ୍ରବଳ ବୃଷ୍ଟିପାତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସି.ଇ.ସି) ପକ୍ଷରୁ କୁହାଯାଇଛି । ଏହି ବାୟୁପ୍ରଭାବ ଯୋଗୁଁ ରାଜ୍ୟରେ ଜାନୁୟାରୀ ୮ରୁ ୯ ଓ ୧୩ ରୁ ୧୪ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହୋଇପାରେ ।

ପଶ୍ଚିମ ଓଡିଶାରେ ଜାନୁୟାରୀ ୯ ଓ ୧୨ ତାରିଖ ମଧ୍ୟରେ ଓ ଉତର ଓ ଉପକୂଳ ଓଡିଶାରେ ଜାନୁୟାରୀ ୧୦ଓ ୧୪ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଉତର ଓଡିଶାରେ ଜାନୁୟାରୀ ୧୦ ଓ ୧୪ ମଧ୍ୟରେ ଅନୁରୂପ ବୃଷ୍ଟିପାତ ହୋଇପାରେ ।

ଉତର ଓଡିଶାର ଜିଲ୍ଲା ଗୁଡିକରେ ଜାନୁୟାରୀ ୧୧ ରୁ ୧୩ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷର୍ା ଓ ଜାନୁୟାରୀ ୧୧ରୁ ୧୪ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ଅନୁରୂପ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ପଶ୍ଚିମ ଓଡିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ କିମ୍ବା କୁଆପଥର ମାଡ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେହିପରି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ । ବୁଧବାର କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ଘନ କୁହୁଡି ହେବାର ଆଶଙ୍କା ରହିଛି ।

ଜାନୁୟାରୀ ୫ ରାତିରୁ ତାପମାତ୍ରା ବୃଦ୍ଧି ପାଇବ ଏବଂ ଜାନୁୟାରୀ ୧୫ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ସେଲସିୟସ୍ ଅଧିକ ରହିବ ବୋଲି ସିଇସି ସୂଚନା ଦେଇଛି ।