Home General ୬୫ ଘଣ୍ଟାରେ ୨୦ ଟି ସଭା

୬୫ ଘଣ୍ଟାରେ ୨୦ ଟି ସଭା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତରେ ଯାଇ ସେ ଦେଶରେ ବିତାଇଥିବା ପ୍ରାୟ ୬୫ ଘଣ୍ଟାର ସମୟ ମଧ୍ୟରେ ୨୦ ଟି ଭରପୂର ସଭାରେ ଯୋଗ ଦେଇଥିଲେ ବୋଲି ଶନିବାର ଦିନ ସରକାରୀ ସୂତ୍ରରୁ କୁହାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାରୁ ଫେରିବା ବାଟରେ ଅଧିକାରୀଙ୍କ ସହ ବିମାନରେ ତାଙ୍କର ଚାରି ଘଣ୍ଟାର ଲମ୍ବା ବୈଠକ ହୋଇଥିଲା ।

ସବିଶେଷ ତଥ୍ୟ ପ୍ରଦାନ ସଂକ୍ରାନ୍ତରେ ସୂତ୍ରରୁ ପ୍ରକାଶ ଯେ ମୋଦୀ ବୁଧବାର ଦିନ ଆମେରିକା ଯିବା ବାଟରେ ଦୁଇଟି ଏବଂ ପହଞ୍ଚିବା ପରେ ହୋଟେଲରେ ତିନୋଟି ବୈଠକ କରିଥିଲେ ।

ସେପ୍ଟେମ୍ବର ୨୩ ରେ, ସେ ବିଭିନ୍ନ ସିଇଓଙ୍କ ସହ ପାଞ୍ଚଟି ବୈଠକ କରିଥିଲେ ଏବଂ ପରେ ପରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ଆଲୋଚନା ଏବଂ ଯଥାକ୍ରମେ ତାଙ୍କ ଜାପାନ ଏବଂ ଅଷ୍ଟ୍ରେଲିୟ ପ୍ରତିପକ୍ଷ ୟୋସିହିଦେ ସୁଗା ଏବଂ ସ୍କଟ୍ ମୋରିସନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇଥିଲା । ସେ ତିନୋଟି ଆଭ୍ୟନ୍ତରୀଣ ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲେ ।

ପରଦିନ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ଏବଂ ପରେ କ୍ୱାଡ ସମ୍ମିଳନୀରେ ଯୋଗ ଦେଇଥିଲେ । ସୂତ୍ରରୁ ପ୍ରକାଶ ଯେ ସେପ୍ଟେମ୍ବର ୨୪ ତାରିଖରେ ମୋଦୀ ମଧ୍ୟ ଚାରୋଟି ଆଭ୍ୟନ୍ତରୀଣ ବୈଠକ କରିଥିଲେ ।

ସେପ୍ଟେମ୍ବର ୨୫ ରେ ମୋଦି ଆମେରିକା ଛାଡି ଭାରତ ଅଭିମୁଖେ ଯାତ୍ରା କରୁଥିବା ବେଳେ ବିମାନ ମଧ୍ୟରେ ଦୁଇଟି ସଭା କରିଥିଲେ ବୋଲି ଏହି ସୂତ୍ରରୁ ପ୍ରକାଶ ।

ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତ ସମୟରେ ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରଖିବା ପାଇଁ ଜଣାଶୁଣା, ଯାତ୍ରା ସମୟରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୈଠକ ଲାଗି ପ୍ରସ୍ତୁତ ହୋଇଥାନ୍ତି ।