Home Agriculture ୬୦୩୯ କୋଟିର ସବସିଡ୍ ଟଙ୍କା ତୁରନ୍ତ ଦିଅ

୬୦୩୯ କୋଟିର ସବସିଡ୍ ଟଙ୍କା ତୁରନ୍ତ ଦିଅ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ୍ରଭିଜନାଲ ଓ ଅଗ୍ରୀମ ସବସିଡ଼ି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ୋଗାଇଦେବା ପାଇଁ ଖାଦ୍ୟୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତା ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟ।।ର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ସବସିଡ଼ି ଅର୍ଥ ଠିକ୍ ସମୟରେ ପାଉ ନଥିବାରୁ ଧାନସଂଗ୍ରହ କ୍ଷେତ୍ରରେ ଅସୁବିଧା ଉୁଜୁଛି । ରାଜ୍ୟରେ ଧାନସଂଗ୍ରହ ନିମନ୍ତେ ଓଡ଼ିଶା ରାଜ୍ୟ ୋଗାଣ ନିଗମ ୧୫, ୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ କରିଥିବାବେଳେ ସବ୍‌ସିଡି ବାବଦକୁ ୍ର‌୍ୟା ୬୦୩୯ କୋଟି ଟଙ୍କା ଠିକ୍ ସମୟରେ ନ ।ଇବା ଦ୍ୱାରା ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଧାନସଂଗ୍ରହ କାର୍ଯ୍ୟ ବାର୍ଧ୍ୟା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ରାଜ୍ୟରେ ଖରିଫ୍ ଧାନସଂଗ୍ରହ ର୍କ୍ୟା ତ୍ୱରାନ୍ୱିତ ହୋଇଛି ଏବଂ ଅଦ୍ୟାବଧି ଗତବର୍ଷ ଆଜିର ତାରିଖ ତୁଳନାରେ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନସଂଗ୍ରହ କର।।ଇସାରିଲାଣି । ଅଧିକ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିଛନ୍ତି । ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ଲୋକ ନିୟୋଜିତ ହୋଇଥିବାବେଳେ ଏହା ଲକ୍ଷ ଲକ୍ଷ ଚାଷୀଙ୍କ ଅ ।ୟବୃଦ୍ଧିରେ ସହାୟକ ହୋଇପାରିବା ସହିତ କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛି । ଧାନସଂଗ୍ରହ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାିବା ସହ ଧାନ ବିକ୍ରିଲବ୍ଧ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍ ମାଧ୍ୟମରେ ସିଧାସଳଖ ପ୍ରଦାନ କର।।ଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି ।

କୋଭିଡ୍‌-୧୯ ଭଳି ଅସ୍ୱାଭାବିକ ସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳଗୁଡ଼ିକର ଚାଷୀମାନଙ୍କଠାରୁ ଧାନସଂଗ୍ରହ କରିପାରିଛି । ଏଥି ସହିତ କୋଭିଡ୍‌-୧୯ ୋଗୁଁ ପ୍ରଭାବିତ ଦେଶର ଅର୍ଥନୀତିର ପୁନରୁଦ୍ଧାର ଦିଗରେ କୃଷି ବିଶେଷ ଭୂମିକା ରହିଥିବାରୁ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ସମସ୍ତ ପ୍ରକାରର ସହୋଗ ଯୋଗାଇଦେବା ଉଚିତ ବୋଲି କହିଛନ୍ତି ।

ଏଥି ସହିତ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ୍ ଋତୁ ୨୦୨୦-୨୧ରେ ରାଜ୍ୟରୁ ଗତବର୍ଷ ତୁଳନାରେ ୫୦ ୍ରତିଶତ ଉଷୁନା ଚାଉଳ ଉଠାଣ ଏବଂ ରବି ଋତୁରେ କେବଳ ଅରୁଆ ଚାଉଳ ସଂଗ୍ରହ କରିବ ବୋଲି ଜଣାଇଥିବା ପରି୍େରକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂଶୟ ବ୍ୟକ୍ତ କରିଛନ୍ତି ।

୨୦୦୩-୦୪ ଖରିଫ୍ ବିପଣନ ବର୍ଷଠାରୁ ରାଜ୍ୟ ସରକାର ବିକେନ୍ଦ୍ରୀକରଣ ସଂଗ୍ରହ ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ସିଧାସଳଖ ଧାନସଂଗ୍ରହ କରୁଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମ ୋଗୁଁ ଓଡ଼ିଶା କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଚତୁର୍ଥ ସର୍ବାଧିକ ଖାଦ୍ୟଶସ୍ୟ ୋଗାଣକାରୀ ରାଜ୍ୟର ମାନ୍ୟତା ହାସଲ କରିଛି । ଓଡ଼ିଶା ମୁଖ୍ୟତଃ ଏକ ଉଷୁନା ଚାଉଳ ବ୍ୟବହାରକାରୀ ରାଜ୍ୟ ଅଟେ । ରାଜ୍ୟର ୩୦ଟି ଜିଲ୍ଲାରୁ ମାତ୍ର ୬ଟି ଜିଲ୍ଲାର ଲୋକମାନେ ଅରୁଆ ଚାଉଳ ଖାଇ ଥାଆନ୍ତି । ରାଜ୍ୟରେ ଅଧିକାଂଶ ଧାନ ମିଲ କେବଳ ଉଷୁନା ଚାଉଳ ପ୍ରସ୍ତୁତ କରିଥାଅ ।ନ୍ତି । ରବି ଋତୁରେ ଭାରତୀୟ ଖାଦ୍ୟ ନିଗମ କେବଳ ଅରୁଆ ଚାଉଳ ଉଠାଣ ଓ ଚଳିତ ଖରିଫରେ ଗତବର୍ଷ ତୁଳନାରେ କେବଳ ୫୦ ଭାଗ ଉଷୁନା ଚାଉଳ ଉଠାଣ ବ୍ୟବସ୍ଥା ରାଜ୍ୟକୁ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ କଲ୍ୟାଣକାରୀ ୋଜନାରେ ପ୍ରାୟ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହାର ହୋଇଥାଏ । ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ ବିପଣନ ଋତୁରେ ପ୍ରାୟ ୩୦ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଉଠାଣର ଆବଶ୍ୟକତା ରହିଛି । ତେଣୁ ବଳକା ଚାଉଳ ଉଠାଣରେ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଜାରି କର।।ଇଥିବା କଟକଣା ସଂପର୍କରେ ପୁନର୍ବିଚାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି ।