Home Environment ୬ତାରିଖ ଯାଏ ଘନ କୁହୁଡି

୬ତାରିଖ ଯାଏ ଘନ କୁହୁଡି

ଭୁବନେଶ୍ୱର : ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ପରିଲକ୍ଷିତ ହେବ । କୁହୁଡି ସମୟରେ ଗାଡିମୋଟର ଚଳାଚଳ ଉପରେ ଦୃଷ୍ଟି ରଖିବାକୁ ପୁଲିସ୍‍ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ।

ଆସନ୍ତା ୪ତାରିଖରେ ଘନ କୁହୁଡି ପରିଲକ୍ଷିତ ହେବାକୁ ଥିବା ଜିଲ୍ଲା ମଧ୍ୟରେ ଅନୁଗୁଳ, ବୌଦ, ସୋନପୁର, ଜଗତ୍‍ସିଂହପୁର, କନ୍ଧମାଳ ଓ ଭଦ୍ରକ ରହିଛି । ୫ତାରିଖ ଦିନ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, କନ୍ଧମାଳ ଓ ଜଗତ୍‍ସିଂହପୁର ଜିଲ୍ଲାରେ ଘନ କୁହୁଡ ଦେଖାଦେବ ।

ସେହଭଳି ୬ତାରିଖ ଦିନ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, କନ୍ଧମାଳ, ଜଗତ୍‍ସିଂହପୁର ଓ ନୟାଗଡ ଜିଲ୍ଲାରେ ଘନ କୁହୁଡି ହେବା ନେଇ ଏସ୍‍ଆରସି ସତର୍କ କରାଇଛନ୍ତି । ଉଲ୍ଲେଖନୀୟ ଯେ ଚଳିତମାସ ପ୍ରାରମ୍ଭରୁ କେତେକ ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ସତର୍କ ଜାରି କରି ଆସୁଛି ।