Home Covid ୫ଲକ୍ଷ ଟପିଲା କରୋନା

୫ଲକ୍ଷ ଟପିଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ୫ଲକ୍ଷକୁ ଟପିଯାଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୦୧,୧୬୨ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୧,୫୮୫ ରେ ପହଞ୍ଚିଛି । ତେବେ ଲଗାତାର ଭାବେ ସୁସ୍ଥରୋଗୀଙ୍କ ସଂଖ୍ୟା ଦୈନିକ ୬ହଜାର ଉପରେ ରହିବା ସହିତ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୪,୧୬,୪୦୩ରେ ପହଞ୍ଚିଛି ।

ସେହିଭଳି ପାଞ୍ଚ ଦିନ ପରେ କରୋନା ସଂକ୍ରମଣ ପୁଣିଥରେ ରାଜ୍ୟରେ ୧୦ହଜାରକୁ ଟପିଛି । ଚଳିତମାସ ଏକ ତାରିଖରେ ୧୦,୪୧୩ ଜଣ ଚିହ୍ନଟ ହୋଇଥିବେଳେ ଗତ ୨୪ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୦,୫୨୧ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୯୪୫ଜଣ କ୍ୱରେଣ୍ଟାଇନ୍‍ରୁ ଚିହ୍ନଟ ହୋଇଥିବାବେଳେ ୪୫୭୬ଜଣ ଲୋକାଲ କେସ୍‍ ଥିବା ଜଣାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ଦ୍ୱିତୀୟ ସର୍ବାଧିକ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡରୁ ୫୪୩, ସମ୍ବଲପୁର ୪୬୦, ନବରଙ୍ଗପୁର ୪୦୪, ଅନୁଗୁଳ ୩୮୮, ଯାଜପୁର ୩୭୩, ପୁରୀରୁ ୩୧୯, ଝାରସୁଗୁଡାରୁ ୩୧୪, ନୂଆପଡାରୁ ୩୦୪ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲା ଗୁଡିକରେ ସଂକ୍ରମଣ ସଂଖ୍ୟା ୩ଶହ ତଳେ ଥିବାବେଳେ ସବୁଠାରୁ କମ୍‍ ୭୨ଜଣ କନ୍ଧମାଳ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ସେହିଭଳି ମାଲକାନଗିରି ଜିଲ୍ଲାରେ ୮୩ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳ ଓ ଦେବଗଡରେ ୮୮କରି ଏବଂ ବାଲେଶ୍ୱରରେ ୯୭ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ ଆଉ ୧୭ଜଣଙ୍କ ମୃତ୍ୟୁ ସହିତ ମୋଟ୍‍ ମୃତ୍ୟୁ ସଂଖ୍ୟା ୨୧୨୧ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୪ଜଣ ଜଣ ଥିବାବେଳେ ବାଲେଶ୍ୱର ଓ ବାଲେଶ୍ୱରରୁ ୨ଜଣ କରି ଅଛନ୍ତି । ବୌଦ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ କରି ମୃତକ ତାଲିକାରେ ରହିଥିବା ଜଣାଯାଇଛି ।