Home Covid ୫ଦିନରେ ୨୯୦ କୋଭିଡ ମୃତ୍ୟୁ

୫ଦିନରେ ୨୯୦ କୋଭିଡ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ବଢି ଚାଲିଥିବାବେଳେ ୫ଦିନ ମଧ୍ୟର ୨୯୦ ଜଣଙ୍କ ପ୍ରାଣ ଗଲାଣି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ମୃତ୍ୟୁସଂଖ୍ୟା ୪୪୭୬ରେ ପହଞ୍ଚିଛି । ତେବେ ଗତ ରାଜ୍ୟରେ ଗତ ୨୪ଘଣ୍ଟାରେ ସର୍ବକାଳୀନ ମୃତ୍ୟୁ ରେକର୍ଡ ୬୧ ରହିଛି ।

ଚଳିତମାସ ୫ତାରିଖ ଠାରୁ ମୃତ୍ୟୁସଂଖ୍ୟା ୫୦ ଉପରେ ରହୁଛି । ୫ତାରିଖରେ ୫୨ ଜଣ ପ୍ରାଣ ହରାଇଥିବାବେଳେ ୬ତାରିଖରେ ୫୧, ୭ତାରିଖରେ ୫୯, ୮ତାରିଖରେ ୫୭ଜଣ ମରିଥିବାବେଳେ ଆଜି ଏହି ସଂଖ୍ୟା ୬୧ରେ ପହଞ୍ଚିଛି ।

ମୃତ୍ୟୁବରଣ କରିଥିବା ୬୧ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୧୧ଜଣ ଥିବାବେଳେ ପୁରୀ, ମୟୁରଭଞ୍ଜ, ଗଞ୍ଜାମ ଓ ବରଗଡରୁ ୬ଜଣ କରି, ସୁନ୍ଦରଗଡ ଓ ସମ୍ବଲପୁରରୁ ୫ଜଣ କରି, କେନ୍ଦୁଝରରୁ ୪ଜଣ, ନୟାଗଡ, କଟକ ଓ ଢେଙ୍କାନାଳରୁ ୨ଜଣ କରି ମୃତ୍ୟୁବରଣ କରିଥିବାବେଳେ ଗଜପତି, ରାୟଗଡା ବୌଦ, ଝାରସୁଗଡା ଓ କେନ୍ଦ୍ରାପଡାରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ସେହିଭଳି ରାଜ୍ୟରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୩୫,୧୩୬ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୯,୦୩,୧୭୮ଜଣ ସୁସ୍ଥହୋଇ ସାରିଛନ୍ତି । ରାଜ୍ୟରେ ଏବେ ମାତ୍ର ୨୭,୪୨୯ଜଣ ସକ୍ରିୟ ରୋଗୀ ଅଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୫୯୦ଜଣ ବାହାରିଥିବାବେଳେ କଟକରୁ ୪୪୧, ଯାଜପୁରରୁ ୨୫୨, ବାଲେଶ୍ୱରରୁ ୧୫୩, ପୁରୀରୁ ୧୩୮, ଜଗତସିଂହପୁରରୁ ୧୧୯, ମଞ୍ଜୁରଭଞ୍ଜରୁ ୧୦୯ ଏବଂ ଅନୁଗୁଳରୁ ୧୦୨ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ତଳେ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୪ଜଣ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତିରୁ ୬ଜଣ, ନୂଆପଡାରୁ ୭ଜଣ, ବୌଦରୁ ୯ଜଣ ଓ ଝାରସୁଗୁଡାରୁ ୧୦ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here