Home Environment ୪୦ଡିଗ୍ରୀ ଟପିଲା ରାଜଧାନୀ

୪୦ଡିଗ୍ରୀ ଟପିଲା ରାଜଧାନୀ

336
0

ଭୁବନେଶ୍ୱର : ରାଜଧାନୀର ତାପମାତ୍ରା ଆଜି ୪୦ଡିଗ୍ରୀ ଟପିଯାଇଛି । ବିଗତ ୧୦ ବର୍ଷ ମଧ୍ୟରେ ଫେବୃୟାରୀ ମାସରେ ରାଜଧାନୀର ତାପମାତ୍ରା କ୍ଷେତ୍ରରେ ଏହା ଦ୍ୱିତୀୟ ସର୍ବାଧିକ ରେକର୍ଡ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ରାଜଧାନୀ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୨୦୧୬ ମସିହା ଫେବୃୟାରୀ ୨୦ ତାରିଖରେ ତାପମାତ୍ରା ୪୦.୯ ଡିଗ୍ରୀ ରହିଥିଲା । ତେବେ ୧୯୬୩ ମସିହାରେ ଫେବୃୟାରୀ ୨୩ ତାରିଖରେ ତାପମାତ୍ରା ୪୨.୭ଡିଗ୍ରୀ ରେକର୍ଡ କରାଯାଇଥିଲା ।

ସେହିଭଳି ଆଜି ଯାଜପୁର, ବାରିପଦା, ଅନୁଗୁଳ ଓ ଡେରାବିଶରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିବାବେଳେ ବଲାଙ୍ଗିର ଓ ନୟାଗଡରେ ୩୮ଡିଗ୍ରୀ କରି ରେକର୍ଡ ହୋଇଛି । ବାଲେଶ୍ୱର, ଭବାନୀପାଟଣା, ଚାନ୍ଦିପୁର, ସୋନପୁର, ଟିଟିଲାଗଡ, ନୂଆପଡା ଓ ସମ୍ବଲପୁରରେ ତାପମାତ୍ରା ୩୭ଡିଗ୍ରୀ ଉପରେ ରହିଛି ।

ପାରଳାଖେମୁଣ୍ଡରେ ସବୁଠାରୁ କମ୍‍ ତାପମାତ୍ରା ୩୧ ଡିଗ୍ରୀ ରହିଥିବାବେଳେ ଗୋପାଳପୁରରେ ୩୧.୩ ଓ ପୁରୀରେ ଏହା ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here