Home Environment ୪୦ଡିଗ୍ରୀ ଉପରେ ଚାରି ସହର

୪୦ଡିଗ୍ରୀ ଉପରେ ଚାରି ସହର

ଭୁବନେଶ୍ୱର : ରାଜ୍ୟର ୪ଟି ସହରରେ ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଥିବାବେଳେ ରାଜଧାନୀରେ ଏହା ୪୦ ଡିଗ୍ରୀ ରହିଛି । ସେହିଭଳି ୪୦ଡିଗ୍ରୀ ତାପମାତ୍ରା ଆଖପାଖରେ ଥିବା ସହର ସଂଖ୍ୟା ୧୧ ରହିଛି ।

୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଥିବା ସହର ହେଉଛି ବଲାଙ୍ଗିର, ଟିଟିଲାଗଡ, ବୌଦ ଓ ଝାରସୁଗୁଡା । ବଲାଙ୍ଗିରରେ ତାପାମ୍ରତା ୪୧.୫ ଡିଗ୍ରୀ ଥିବାବେଳେ ଟିଟିଲାଗଡ ଓ ବୌଦରେ ୪୧ଡିଗ୍ରୀ କରି ଓ ଝାରସୁଗୁଡା ୪୦.୩ ଡିଗ୍ରୀ ରହିଛି ।

ଯେଉଁସବୁ ସହରରେ ତାପମାତ୍ରା ୪୦ଡିଗ୍ରୀ ଆଖପାଖରେ ରହିଛି ସେଥି ମଧ୍ୟରେ ସମ୍ବଲପୁରରେ ୩୯.୮ଡିଗ୍ରୀ, ସୁନ୍ଦରଗଡରେ ୩୯.୫, ସୋନୁପର ୩୯.୪, ଅନୁଗୁଳ ଓ ହୀରାକୁଦରେ ୩୯.୧ଡିଗ୍ରୀ କରି, ବାରିପଦା, ତାଳଚେର ଓ ପାରଳାଖେମୁଣ୍ଡିରେ ୩୯.୦ ଡିଗ୍ରୀ, ଫୁଲବାଣୀରେ ୩୮.୬ଡିଗ୍ରୀ, ମାଲକାନଗରିରେ ୩୮.୫ ଏବଂ ନୟାଗଡରେ ଏହା ୩୮ ଡିଗ୍ରୀ ରେକର୍ଡ ହୋଇଛି ।

ସବୁଠାରୁ କମ୍‍ ୩୦.୪ ଡିଗ୍ରୀ ତାପମାତ୍ରା ଗୋପାଳପୁରରେ ରେକର୍ଡ ହୋଇଥିବାବେଳେ ଛତ୍ରପୁରରେ ଏହା ୩୨ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ପୁରୀରେ ୩୨.୧ ଓ ପାରାଦୀପରେ ୩୨.୮ ଡିଗ୍ରୀ ରହିଛି ।

ରାଜଧାନୀର ତାପମାତ୍ରା ୪୦ଡିଗ୍ରୀ ରହିଥିଲେ ବି ଆର୍ଦ୍ରତା ପରିମାଣ ୩୫ ପ୍ରତିଶତ ଥିବାରୁ ଲୋକେ ଗରମରୁ ସାମାନ୍ୟ ଆଶ୍ୱପସ୍ତ ପାଇଛନ୍ତି । ତେବେ ଆଜି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ସହିତ ଆର୍ଦ୍ରତାର ପରିମାଣ ମଧ୍ୟ ୯୦ ପ୍ରତିଶତ ରହିଛି । ଯାହା ଫଳରେ ସେଠାରେ ଲୋକେ ଗରମରେ ଆଉଟୁ ପାଉଟୁ ହୋଇଛନ୍ତି । ସୁନ୍ଦରଗଡରେ ଆର୍ଦ୍ରତା ଦ୍ୱିତୀୟ ସର୍ବାଧିକ ୮୩% ରହିଛି ।